ଦୁଲୁକିଲା ମସ୍କୋ ସିଟି। ଶିଙ୍ଗାରି ନୃତ୍ୟ ରେ ପ୍ରତିଭା ଅନୁଷ୍ଠାନ ର କଳାକାର ମାନେ ମନ ମୋହିଲେ ମସ୍କୋ ବାସୀଙ୍କୁ।

Jul 06, 2025 - 13:56
0 124
ଦୁଲୁକିଲା ମସ୍କୋ ସିଟି। ଶିଙ୍ଗାରି ନୃତ୍ୟ ରେ ପ୍ରତିଭା ଅନୁଷ୍ଠାନ ର କଳାକାର ମାନେ ମନ ମୋହିଲେ ମସ୍କୋ ବାସୀଙ୍କୁ।

ଭବାନୀପାଟଣା, ତା ୭/୭ (ଷ୍ଟାରନିୟୁଜ ଓଡିଶା)କଳାହାଣ୍ଡିର ସମୃଦ୍ଧ ଲୋକକଳା ଏବଂ ସଂସ୍କୃତିକୁ ବିଶ୍ୱ ସ୍ତରରେ ପ୍ରୋତ୍ସାହିତ କରିବା ପାଇଁ ଆନ୍ତରିକ ଉତ୍ସର୍ଗୀକୃତ ହୋଇଛନ୍ତି l ଆସନ୍ତା ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଋଷିଆର ମସ୍କୋରେ ଭାରତ ଉତ୍ସବ ଶୁଭାରମ୍ଭ ହୋଇଛି। ମସ୍କୋର ମାନେଝାନାୟା ଛକ କ୍ରେମଲିନ ନିକଟରେ ଭାରତର ସଂସ୍କୃତି, ପରମ୍ପରା, ଖାଦ୍ୟ, ଲୋକନୃତ୍ୟ, ବୟନ ଶିଳ୍ପ, ଯୋଗ, ହସ୍ତତନ୍ତ ଓ ବିଭିନ୍ନ ଦ୍ରବ୍ୟର ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ଥିମ୍ ଷ୍ଟଲ୍ ମଧ୍ୟ ସ୍ଥାନ ପାଇଅଛି  l କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ପ୍ରତିଭା ଅନୁଷ୍ଠାନର କଳାକାର ଶିଙ୍ଗାରୀ ନୃତ୍ୟ ପ୍ରଦର୍ଶନ କରି ମସ୍କୋ ବାସୀଙ୍କ ହୃଦୟ ରେ ବାନ୍ଦି ରଖିଥିଲେ। ପ୍ରତିଭା ଅନୁଷ୍ଠାନର ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା, ସମ୍ପାଦକ ଚିଣ୍ଟୁ ପ୍ରସାଦ ନାଏକଙ୍କ ନେତୃତ୍ବରେ ୯ ଜଣ ପୁରୁଷ ଓ ୩ ଜଣ ମହିଳା ଟିମ୍ ଚିତାକର୍ଷକ ସିଙ୍ଗାରି ନୃତ୍ୟ ପରିବେଷଣ କରିଥିଲେ। ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଉଦ୍ୟମ କ୍ରମେ ଏହି ଟିମ୍ ମସ୍କୋରେ ଶିଙ୍ଗାରି ନୃତ୍ୟ କରିବାରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ କୁମାର ମହାଶୟ ମସ୍କୋ ରେ ନିଜର ଅଭିଭାଷଣ ଏବଂ ନିଜର ଉଦ୍ବୋଧନ ଦେଇଥିଲେ l  ଦୁଇ ଦେଶ ମଧ୍ୟରେ ନିବିଡ ସମ୍ବନ୍ଧ ଆଗକୁ କେମିତି ବଢ଼ିବ ଏବଂ ଆନ୍ତର୍ଜାତୀୟ ମଞ୍ଚରେ କଳାହାଣ୍ଡିର ଲୋକକଳା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନିଷ୍ଠାପର ଉଦ୍ଦେଶ୍ୟ ଏବଂ ଦୃଢ଼ ପ୍ରତିବଦ୍ଧତା ସହିତ,  କଳା ଏବଂ କଳାକାରଙ୍କ ପ୍ରତି ତାଙ୍କର ପ୍ରେମ ଏବଂ ସମର୍ଥନ ଦେଇଛନ୍ତି l ରାଜ୍ୟସଭା ମାନ୍ୟବର ସାଂସଦ ଶ୍ରୀ ସୁଜିତ କୁମାର ମହାଶୟ l 
ଓଡ଼ିଶାର କଳାହାଣ୍ଡି ଏକ ସମୃଦ୍ଧ ଏବଂ ବିବିଧ ସଂସ୍କୃତି ଗର୍ବ କରେ, ଯାହା ଏହାର ଆଦିବାସୀ ଐତିହ୍ୟ ଏବଂ କୃଷି ପ୍ରଥାରେ ଗଭୀର ଭାବରେ ନିହିତ। କଳାହାଣ୍ଡିର ସାଂସ୍କୃତିକ ପରିଚୟ ଲୋକନୃତ୍ୟ:ଘୁମୁରା, ପଗଡ଼ି ଏବଂ ମୟୂର ପର ସହିତ ପୁରୁଷମାନଙ୍କ ଦ୍ୱାରା ପ୍ରଦର୍ଶିତ ଏକ ନୃତ୍ୟ, ଏବଂ ଢେମସା, ଏକ ନୃତ୍ୟ ଯାହା ପ୍ରାୟତଃ ବିବାହ ଏବଂ ପର୍ବପର୍ବାଣୀ ସହିତ ଜଡିତ, କଳାହାଣ୍ଡିର ପ୍ରାଣବନ୍ତ ଲୋକନୃତ୍ୟ ପରମ୍ପରାର ପ୍ରମୁଖ ଉଦାହରଣ। ଏହାର ସଂସ୍କୃତି ଏବଂ ଜୀବନଶୈଳୀ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। କଳାହାଣ୍ଡିର ସାଂସ୍କୃତିକ ମୂଲ୍ୟବୋଧ ଏବଂ ଜ୍ଞାନକୁ ସଂରକ୍ଷଣ ଏବଂ ପ୍ରସାରଣ କରିବାରେ ଲୋକକଥା, ଲୋକଗୀତ ଏବଂ ପାରମ୍ପରିକ କାହାଣୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। କଳାହାଣ୍ଡି ମୁଖ୍ୟତଃ କଳାହାଣ୍ଡିର କଳା ଏବଂ ସଂସ୍କୃତି। କଳାହାଣ୍ଡି ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ କଳାହାଣ୍ଡି ପାରମ୍ପରିକ ଜ୍ଞାନର ଏକ ସମୃଦ୍ଧ ଭଣ୍ଡାର।  ପାରମ୍ପରିକ ମୂଲ୍ୟବୋଧକୁ ବଜାୟ ରଖିବା ଏବଂ କଳାହାଣ୍ଡି ଲୋକ ନୃତ୍ୟ ପୁନର୍ଜୀବିତ କରିବାରେ କଳାହାଣ୍ଡି ପ୍ରତିଭା ଅନୁଷ୍ଠାନ ଏକ୍  ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଲ

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User