ଧର୍ମଗଡ଼ ଓ ଲାଞ୍ଜିଗଡ଼ରେ ଆପ୍ର ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ସଫଳ
ଭବାନୀପାଟଣା, ତା. ୦୧/୦୭ : ଆସନ୍ତା ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ଆମ୍ ଆଦମୀ ପାର୍ଟି (ଆପ୍) ପକ୍ଷରୁ ଧର୍ମଗଡ଼ ଓ ଲାଞ୍ଜିଗଡ଼ ବିଧାନସଭା କ୍ଷେତ୍ରରେ ପୃଥକ ପୃଥକ ପ୍ରସ୍ତୁତି ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଛି।
ଧର୍ମଗଡ଼ ବିଧାନସଭା ସ୍ତରୀୟ ବୈଠକ କଲମପୁର ବ୍ଲକର କୋଟା ଗ୍ରାମରେ ଏବଂ ଲାଞ୍ଜିଗଡ଼ ବିଧାନସଭା ସ୍ତରୀୟ ବୈଠକ ଧନସୁଲିଠାରେ ଆୟୋଜିତ ହୋଇଥିଲା। ବୈଠକରେ ବିଭିନ୍ନ ପଞ୍ଚାୟତର କର୍ମକର୍ତ୍ତା ଓ ପଦାଧିକାରୀମାନେ ଯୋଗଦେଇ ସଂଗଠନକୁ ଆହୁରି ସୁଦୃଢ଼ କରିବା, ଜନସମସ୍ୟାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଗ୍ରାମସ୍ତରରେ ବ୍ୟାପକ କରିବା ଉପରେ ଆଲୋଚନା କରିଥିଲେ।
ଏହି ଅବସରରେ ଦଳର କେନ୍ଦ୍ର ସହ-ପ୍ରଭାରୀ ଶ୍ରୀ ଅଜିତ ପାଲ, ଓଡ଼ିଶା ସଂଗଠନ ମହାମନ୍ତ୍ରୀ ଶ୍ରୀ କଲ୍ୟାଣ ଆନନ୍ଦ, ଜିଲ୍ଲା ଉପସଭାପତି ଶ୍ରୀ ପ୍ରଫୁଲ କର, ପୂର୍ବତନ ଭବାନୀପାଟଣା ବିଧାୟକ ପ୍ରାର୍ଥୀ ଶ୍ରୀ ରମେଶ ନାଏକ, ଭବାନୀପାଟଣା ଟାଉନ ସଭାପତି ଶ୍ରୀ ଦୁର୍ଯ୍ୟୋଧନ ବାଗ, କଲମପୁର ବ୍ଲକ ସଭାପତି ଶ୍ରୀ ସୁରେନ୍ଦ୍ର ବାଗ, କୋକସରା ବ୍ଲକ ସଭାପତି ଶ୍ରୀ ଦିସେମ୍ବର ଖରସେଲ ଓ ଶ୍ରୀ ନବୀନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସାଙ୍ଗଠନିକ ଦିଗନିର୍ଦ୍ଦେଶ ପ୍ରଦାନ କରିଥିଲେ।
ବୈଠକରେ ଉପସ୍ଥିତ ନେତୃବୃନ୍ଦ ଦଳର ସାଙ୍ଗଠନିକ ବିସ୍ତାର, ବୁଥ୍ ସ୍ତରରେ କମିଟି ଗଠନ ଏବଂ ଜନସାଧାରଣଙ୍କ ସହ ନିରନ୍ତର ସମ୍ପର୍କ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା ଓ ବ୍ଲକ ସ୍ତରର ସମସ୍ତ ନେତୃବୃନ୍ଦ, କର୍ମକର୍ତ୍ତା ଏବଂ କର୍ମୀମାନଙ୍କ ସକ୍ରିୟ ସହଯୋଗ ରହିଥିଲା।
ରିପୋର୍ଟ : ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି, ଷ୍ଟାର ନ୍ୟୁଜ୍ ଓଡ଼ିଶା।
What's Your Reaction?