ନର୍ଲାରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ, ରେଳ ଚଳାଚଳ ପ୍ରଭାବିତ ହେବାର ଆଶଙ୍କା

Jul 01, 2026 - 20:20
0 27
ନର୍ଲାରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ, ରେଳ ଚଳାଚଳ ପ୍ରଭାବିତ ହେବାର ଆଶଙ୍କା

ନର୍ଲା

, କଳାହାଣ୍ଡି, ୧l ୭:(ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲାର ନର୍ଲା ରେଳ ଷ୍ଟେସନରେ ଆଜି ନର୍ଲା ସ୍ୱାଭିମାନ ମଞ୍ଚର ଆହ୍ୱାନକ୍ରମେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ ଆରମ୍ଭ ହୋଇଛି। ବହୁ ସଂଖ୍ୟକ ଆନ୍ଦୋଳନକାରୀ ରେଳ ଧାରଣାରେ ବସି ନିଜ ଦାବିକୁ ନେଇ ପ୍ରତିବାଦ କରୁଛନ୍ତି।
ଆନ୍ଦୋଳନ ଚାଲିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ତେବେ ପରିସ୍ଥିତି ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିଥିବା ଜଣାପଡ଼ିଛି।
ଏହି ରେଳ ରୋକ ଆନ୍ଦୋଳନ ଫଳରେ ଉକ୍ତ ରୁଟ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହେବା ସହ ବିଭିନ୍ନ ଟ୍ରେନ୍ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି। ଯାତ୍ରୀମାନଙ୍କ ସୁରକ୍ଷା ଓ ଆଇନ-ଶୃଙ୍ଖଳା ରକ୍ଷା ପାଇଁ ନର୍ଲା ରେଳ ଷ୍ଟେସନ ଏବଂ ଏହାର ଆଖପାଖ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ପ୍ରଶାସନ ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ଜାରି ରଖିଥିବା ବେଳେ ରେଳ ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ଟ୍ରେନ୍‌ର ସ୍ଥିତି ସମ୍ପର୍କରେ ସୂଚନା ନେବାକୁ ପରାମର୍ଶ ଦିଆଯାଉଛି।
ରିପୋର୍ଟ : ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User