ସଚେତନ ନାଗରିକ ମଞ୍ଚର ନୂତନ କମିଟି ଘୋଷିତ, ସାମାଜିକ କାର୍ଯ୍ୟକୁ ଅଧିକ ଗତି ଦେବାକୁ ସଂକଳ୍ପ

Jul 1, 2026 - 18:33
 0  47
ସଚେତନ ନାଗରିକ ମଞ୍ଚର ନୂତନ କମିଟି ଘୋଷିତ, ସାମାଜିକ କାର୍ଯ୍ୟକୁ ଅଧିକ ଗତି ଦେବାକୁ ସଂକଳ୍ପ

କେସିଙ୍ଗା,ତା.୧l ୭(ଷ୍ଟାରନିୟୁଜ ଓଡ଼ିଶା): କେସିଙ୍ଗା ସହର ଓ ଆଖପାଖ ଗ୍ରାମାଞ୍ଚଳରେ ସାମାଜିକ ସଚେତନତା ଏବଂ ଜନସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରୁଥିବା ସଚେତନ ନାଗରିକ ମଞ୍ଚ, କେସିଙ୍ଗା ପକ୍ଷରୁ ବୁଧବାର ନୂତନ କାର୍ଯ୍ୟକାରିଣୀ କମିଟି ଘୋଷଣା କରାଯାଇଛି। ସଂଗଠନର ସଭାପତି ଗୋବିନ୍ଦ ବନଛୋରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ଓ ସଦସ୍ୟମାନେ ଉପସ୍ଥିତ ରହି ସଂଗଠନର ଆଗାମୀ କାର୍ଯ୍ୟଯୋଜନା ଉପରେ ଆଲୋଚନା କରିଥିଲେ।
ବୈଠକରେ କେସିଙ୍ଗା ସାମ୍ବାଦିକ ମହାସଂଘ ସଭାପତି ଦୟାନିଧି ସୁନାନୀ, ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଭୋଇ ଏବଂ କେସିଙ୍ଗା ଓକିଲ ସଂଘ ସଭାପତି ଗୁରୁପ୍ରସାଦ ବଗର୍ତ୍ତୀ ମଞ୍ଚାସୀନ ଥିଲେ।
ଘୋଷିତ କମିଟିରେ ଉପସଭାପତି ଭାବେ ସରିତା ସିନ୍ଦୁର, ରାମଜୀ ମାତଖଣ୍ଡିଆ, ରାମଲାଲ ସୁନାନୀ ଓ ରଘୁରାଜ ସିଂହଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଆଇନଜୀବୀ ଟିକେମନ ଦୀପ ଓ ଏଲ୍‌. କେ. ନାଇଡୁଙ୍କୁ ମନୋନୀତ କରାଯାଇଛି। ସମ୍ପାଦକ ଭାବେ ନିକିତା ଜୈନ, ନଳିନୀକାନ୍ତ ପଟ୍ଟନାୟକ, ପ୍ରମୋଦ ଭୋଇ, ଗୀତାଞ୍ଜଳି ଭୋଇ ଓ ରିଷଭ ଜୈନଙ୍କୁ ଚୟନ କରାଯାଇଛି। ରମେଶ ଚନ୍ଦ୍ର ପଟ୍ଟନାୟକ କୋଷାଧ୍ୟକ୍ଷ ଏବଂ ଚମ୍ପକ ସାହା ସହ-କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ପାଇଛନ୍ତି।
ଗଣମାଧ୍ୟମ ସେଲ୍‌ର ମୁଖ୍ୟ ଭାବେ ଦୟାନିଧି ସୁନାନୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଗଜିନ ସାହୁ ସହଯୋଗୀ ଭାବେ ମନୋନୀତ ହୋଇଛନ୍ତି। ଏହି ସେଲ୍‌ରେ ମଧୁସୂଦନ ଠାକୁର, ଅର୍ଜୁନ ପୋଢ଼, ମହମ୍ମଦ ଆଗଜାନ, ସତ୍ୟ ମହାନନ୍ଦ ଓ ସୁଜୟ ଦାସ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି।
ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଭାବେ ଚିତ୍ତରଞ୍ଜନ ଭୋଇ ଏବଂ ସହ-ଅଧ୍ୟକ୍ଷ ଭାବେ ଗୁରୁପ୍ରସାଦ ବଗର୍ତ୍ତୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରର ଅଭିଜ୍ଞ ସଦସ୍ୟମାନଙ୍କୁ ଉପଦେଷ୍ଟା ଭାବେ ସାମିଲ କରାଯାଇଛି। ସେହିପରି  ମିଡ଼ିଆ ସେଲ ଓ କାର୍ଯ୍ୟକାରୀ କମିଟିରେ ମଧ୍ୟ ଏକାଧିକ ସକ୍ରିୟ ସଦସ୍ୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।
ବୈଠକରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ କେସିଙ୍ଗା ଅଞ୍ଚଳର ବିଭିନ୍ନ ଜନସମସ୍ୟାର ସମାଧାନ ପାଇଁ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ପ୍ରଭାବୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।
ସାଧାରଣ ସମ୍ପାଦକ ଟିକେମନ ଦୀପ ବୈଠକ ପରିଚାଳନା କରିଥିବା ବେଳେ ବରିଷ୍ଠ କର୍ମକର୍ତ୍ତା ରାମଜୀ ମାତଖଣ୍ଡିଆ ଧନ୍ୟବାଦ ଜ୍ଞାପନ କରିଥିଲେ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR