ଧୂମାମ ଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Sep 03, 2025 - 13:57
Updated: 12 months ago
0 101
ଧୂମାମ ଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଝରିଗାଁ ,୩l୯(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଂଚାୟତ ଅନ୍ତର୍ଗତ ଧୂମାମ ଗ୍ରାମ ଠାରେ ଗ୍ରାମବାସୀଙ୍କ ଦ୍ୱାରା ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି|ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ଼, ଝରିଗାଁ ମଣ୍ଡଳ ସଭାପତି ସୁକାଳୁ ଗଣ୍ଡ, ଚଚା ମଣ୍ଡଳ ସଭାପତି ଦିଗାମ୍ବର ସାନ୍ତା,କୁଟ୍ରି ଛାପର ପଂଚାୟତ ସଭାପତି ଦଶରଥ ସାନ୍ତା,ଇଚ୍ଛାପୁର ପଂଚାୟତ ସଭାପତି ଖଗ ସାନ୍ତା, ପୂର୍ବତନ ଧୋଡ୍ରା ମଣ୍ଡଳ ସଭାପତି ମନୁରାମ ଭତରା, ଝରିଗାଁ ଆତ୍ମା ଚେୟାରମ୍ୟାନ ଚିତ୍ର ପ୍ରସାଦ ତିୱାରୀ, ଇଚ୍ଛାପୁର ପଂଚାୟତ ସମାଜସେବୀ ଦିଗାମ୍ବର ଭତରା, ଧୂମାମ ୱାର୍ଡ ମେମ୍ବର କର୍ଣ୍ଣ ସାନ୍ତାଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମକର୍ତାମାନେ ଯୋଗଦେଇ ଗ୍ରାମବାସୀ ମାନଙ୍କୁ ନୁଆଁଖାଇର ଅଭିବାଦନ ତଥା ନୁଆଁଖାଇ ଜୁହାର ଜଣେଇଛନ୍ତି|ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀ ଗ୍ରାମରେ ଚାନ୍ଦା ଆଦାୟ କରି ଶ୍ରୀ ଗଜାନନଙ୍କ ବିଗ୍ରହ ସ୍ଥାପନ କରି ପୂଜାର୍ଚନା କରିଛନ୍ତି |ଏହି ପରିପ୍ରେକ୍ଷୀରେ ଆଜି ପଞ୍ଚମ ଦିନରେ ଗ୍ରାମବାସୀ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଆୟୋଜନ କରି ପରସ୍ପରକୁ ନୁଆଁଖାଇ ଜୁହାର ଜଣେଇବା ସହିତ ଅନେକ ବିଜେପି କର୍ମକର୍ତା ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି |ଗ୍ରାମବାସୀଙ୍କ ନିମନ୍ତ୍ରଣ ରକ୍ଷା କରି ସାଂସଦ ପ୍ରତିନିଧିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ମାନେ କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମବାସୀ ମାନଙ୍କୁ ନୁଆଁଖାଇ ଜୁହାର ଜଣେଇବା ସହିତ ସବୁବେଳେ ଏମିତି ଗ୍ରାମରେ ଭାଇଚାରା ବଞ୍ଚେଇ ରଖିବାକୁ ପରାମର୍ଶ ଦେଇଛନ୍ତି |ଜନସାଧାରଣଙ୍କ ମନରଞ୍ଜନ ନିମନ୍ତେ ଗ୍ରାମବାସୀଙ୍କ ଦ୍ୱାରା ଏକ ଦେଶିଆ ନାଟକର ମଧ୍ୟ ଆୟୋଜନ କରାଯାଇଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User