ଧୋଡ୍ରା ମଣ୍ଡଳର ମଣ୍ଡଳ ସଭାପତି ଭାବେ ଭୁଜବଳ ଗୌଡ଼ ମନୋନୀତ ।

May 31, 2025 - 14:17
 0  147
ଧୋଡ୍ରା ମଣ୍ଡଳର ମଣ୍ଡଳ ସଭାପତି ଭାବେ ଭୁଜବଳ ଗୌଡ଼ ମନୋନୀତ ।

ଝରିଗାଁ,୩୧l୫(ଷ୍ଟାର ନିୟୁଜ ଓଡ଼ିଶା): ରିଖ ଦିନ ନବରଙ୍ଗପୁର ଜିଲ୍ଲାର ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ମାନଙ୍କ ନାମ ତାଲିକା ପ୍ରକାଶ ପାଇଥିବା ବେଳେ ଝରିଗାଁ ନିର୍ବାଚନ ମଣ୍ଡଳୀର ଧୋଡ୍ରା ମଣ୍ଡଳର ମଣ୍ଡଳ ସଭାପତି ଭାବେ ଭୁଜବଳ ଗୌଡ଼ ମନୋନୀତ ହୋଇଥିବା ସୂଚନା ମିଳିଛି |ଠିକ ସେହିପରି ବଡ଼ ଭରଣ୍ଡୀ ମଣ୍ଡଳ ପାଇଁ ଈଶ୍ୱର ଭତରା,ଝରିଗାଁ ମଣ୍ଡଳ ପାଇଁ ସୁକାଳୁ ଭତରା ଓ ଖାଣ୍ଡା ମଣ୍ଡଳ ପାଇଁ ଉତ୍ତମ ହରିଜନଙ୍କୁ ମନୋନୀତ କରାଯାଇଥିବା ସୂଚନା ମିଲିଛି |ଏନେଇ ଓଡ଼ିଆ ପ୍ରଦେଶ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାଶଙ୍କୁ ଏକ ଚିଠି ପ୍ରେରଣ କରାଯାଇଛି |ଉପରୋକ୍ତ ଚାରିଜଣ ବ୍ୟକ୍ତି ମଣ୍ଡଳ ସଭାପତି ଭାବେ ମନୋନୀତ ହେବା ପରେ, ସେମାନଙ୍କ ସମର୍ଥକ ଓ ଦଳୀୟ କର୍ମକର୍ତାମାନେ ଫୋନ କଲ ଜରିଆରେ ଶୁଭେଚ୍ଛା ଜଣେଇଥିବା ସୂଚନା ମିଲିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow