ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ମହା ସମାରୋହ ।

ଝରିଗାଁ,୨୨l୬ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଂଚାୟତ ସଦର ମହକୁମା ସ୍ଥିତ କଳସୀ ମଣ୍ଡପ ଠାରେ ଆଜି ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ଏକ ମହା ସମାରୋହ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ମହା ସମାରୋହରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ଜିଲ୍ଲା ସଭାପତି ଅର୍ଜୁନ ସମରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ବାଘ, ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ କୁମାର ପନକା, ରାଇଘର ବ୍ଲକ ସଭାପତି ଶ୍ରୀରାମ ସୁନାନୀ, ଉମରକୋଟ ବ୍ଲକ ସଭାପତି ରାଜେନ୍ଦ୍ର ଭକ୍ତ, ଝରିଗାଁ ବ୍ଲକ ସଭାପତି ପ୍ରତାପ ଦୁରିଆ,ଝରି ଗାଁ ବ୍ଲକର ଉପ ସଭାପତି ଚୈତନ୍ୟ ମିର୍ଗାନ, ପାପଡାହାଣ୍ଡି ବ୍ଲକ ସଭାପତି ଈଶ୍ୱର ମିର୍ଗାନ, ରାଇଘର ସମାଜସେବୀ ଚୁନିଲାଲ ମିର୍ଗାନ,ଝରିଗାଁ ଧୋଡ୍ରା ଜୋନର ପୂର୍ବତନ ଜିଲ୍ଲା ପରିଷଦ ତନୁଜା ପନକା, ପାପଡାହାଣ୍ଡି ବ୍ଲକର ମଞ୍ଜୁ ବାଘ, ଧୋଡ୍ରା ପଂଚାୟତର ନାଏବ ସରପଞ୍ଚ ସଂଜିତା ପନକାଙ୍କ ସମେତ ଜିଲ୍ଲାର 10ଗୋଟି ବ୍ଲକ ଓ 179ଗୋଟି ପଂଚାୟତର କାର୍ଯ୍ୟକର୍ତା ଓ ପଦାଧିକାରୀମାନେ ମଞ୍ଚାସିନ ରହିଥିଲେ |କଳସୀ ମଣ୍ଡପରେ ସମସ୍ତ କର୍ମକର୍ତା, ପଦାଧିକାରୀ ଓ ଜନସାଧାରଣ ଏକତ୍ରିତ ହେବା ପରେ କଳସୀ ମଣ୍ଡପରୁ ଧୋଡ୍ରାଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା |ପରେ ମଞ୍ଚରେ ପହଂଚି ଭାରତର ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥି ମାନଙ୍କ ଦ୍ୱାରା ପୂଜାର୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା |ନବରଙ୍ଗପୁର ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ଜିଲ୍ଲା ସମ୍ପାଦକ ଡମ୍ବରୁଧର ସୁନା ମଞ୍ଚ ପରିଚାଳନା କରି ମଞ୍ଚାସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା |ମଞ୍ଚାସିନ ଅତିଥିଗଣ ନିଜ ନିଜ ବକ୍ତବ୍ୟରେ ସଂକ୍ଷିପ୍ତରେ ଡ଼କ୍ଟର ବାବାସାହେବଙ୍କ ଜୀବନୀ ଓ ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ଜନସାଧାରଣଙ୍କ ପ୍ରତି ସରକାର ଶିକ୍ଷା, ଚାକିରୀ, ସଂରକ୍ଷଣ ଓ ଅନ୍ୟାନ୍ୟ କ୍ଷେତ୍ରରେ ଅବହେଳା କରୁଥିବା ନେଇ ଅବିଭାଷଣ ରଖିବା ସହ ସରକାରଙ୍କ ପାଖରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦାବୀ ରଖିବା ପାଇଁ ଉପସ୍ଥିତ ଜନସାଧାରଣ ମାନଙ୍କୁ ସଂଗଠିତ ହେବାକୁ ଆହ୍ୱାନ କରିଥିଲେ |ତାଛଡା ଉମରକୋଟ ଠାରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନା କରିବା ବୋଲି ନିଜ ନିଜ ଅବିଭାଷଣରେ କହିଥିଲେ|
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?






