ସମାଜ ପକ୍ଷରୁ ବ୍ଲକ ସ୍ତରୀୟ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ।

Jun 22, 2025 - 19:16
0 114
ସମାଜ ପକ୍ଷରୁ ବ୍ଲକ ସ୍ତରୀୟ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ।

ଝରିଗାଁ , ୨୨l୬ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ସମାଜ ପକ୍ଷରୁ ବ୍ଲକ ସ୍ତରୀୟ ବକୃତ ପରିଯୋଗୀତା ଅନୁଷ୍ଠିତ ହୋଇଯାଇଛି |ଗୋପବନ୍ଧୁଙ୍କ ସ୍ବପ୍ନର ଓଡିଶା ବିଷୟ ଉପରେ ବକୃତା ରଖିବା ପାଇଁ ଝରିଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଗୋପବନ୍ଧୁଙ୍କ ସ୍ବପ୍ନର ଓଡିଶା ବିଷୟ ବସ୍ତୁ ଉପରେ ନିଜ ନିଜ ଅବିଭାଷଣ ରଖିଥିଲେ |ଝରିଗାଁ ସମାଜ ପ୍ରତିନିଧି ସଂଜୟ କୁମାର ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଗିରିଜା ଶଙ୍କର ପଟ୍ଟନାୟକ, ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୋହିଣୀ ତପସ୍ୱିନୀ ହଜାରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ ମଂଚାସୀନ ରହିଥିବା ବେଳେ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସହ ଶିକ୍ଷୟିତ୍ରୀ ପ୍ରୀତିନନ୍ଦା ପଟ୍ଟନାୟକ, ସିଆରସିସି କାହ୍ନୁ ସୁତାର ଓ ସହ ଶିକ୍ଷକ ବିଭୁ ପ୍ରସାଦ ତ୍ରିପାଠୀ ନିରପେକ୍ଷ ଭାବେ ଜଜ ଦାୟିତ୍ୱ ତୁଲେଇ ଥିଲେ|ଆୟୋଜିତ ଉକ୍ତ ବ୍ଲକ ସ୍ତରୀୟ ବକୃତା ପ୍ରତିଯୋଗିତାରେ ଝରିଗାଁ ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ସିଦ୍ଧାର୍ଥ ମିଶ୍ର ପ୍ରଥମ ପୁରସ୍କାର ଗ୍ରହଣ କରିଥିବା ବେଳେ ବଣୁଆଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ସଂଜିତ ଗୌଡ଼ ଦ୍ଵିତୀୟ ପୁରସ୍କାର ଓ ବଣୁଆଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଛବିଲାଲ ଗୌଡ଼ ତୃତୀୟ ପୁରସ୍କାର ଗ୍ରହଣ କରିଛନ୍ତି |ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀ ପ୍ରଥମ ପୁରସ୍କାର ପ୍ରଦାନ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ ଦ୍ଵିତୀୟ ପୁରସ୍କାର ଓ ଝରିଗାଁ ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୋହିଣୀ ତପସ୍ୱିନୀ ହଜାରୀ ତୃତୀୟ ପୁରସ୍କାର ପ୍ରଦାନ କରିଥିଲେ |କାର୍ଯ୍ୟକ୍ରମର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣେଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 5
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User