ପାଣିରେ ବୁଡି 14ବର୍ଷୀୟ ବାଳକ ମୃତ ।

Nov 07, 2025 - 11:37
0 285
ପାଣିରେ ବୁଡି 14ବର୍ଷୀୟ ବାଳକ ମୃତ ।

ଝରିଗାଁ,୭l୧୧ (ଷ୍ଟାର ନିୟୁଜ ଓଡିଶା ): ପାଣିରେ ବୁଡି ଜଣେ 14 ବର୍ଷୀୟ ବାଳକର ମୃତ୍ୟୁ ଘଟିଛି |ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଂଚାୟତ ଅନ୍ତର୍ଗତ ବାରବାକୁଳି ଗ୍ରାମର ଉଦୟ ସାନ୍ତାର ପୁଅ ରାଜେଶ ସାନ୍ତା (14) ଗତକାଲି କାଲି ସନ୍ଧ୍ୟା ପ୍ରାୟ 6ଘଂଟିକା ସମୟରେ ଶୌଚ ହେବା ପାଇଁ ଘରଠାରୁ ପ୍ରାୟ 500 ମିଟର ଦୂରରେ ଥିବା ଏକ ପୋଖରୀକୁ ଯାଇଥିଲା |ହେଲେ ଘରକୁ ନଫେରିବାରୁ ଘରଲୋକ ଖୋଜିବା ଆରମ୍ଭ କରିଥିଲେ |ଆଜି ସକାଳୁ ରାଜେଶଙ୍କ ବଡ଼ଭାଇ ଅଖିଳ ସାନ୍ତା (35)ଉକ୍ତ ପୋଖରୀକୁ ଶୌଚ ହେବାକୁ ଯାଇ ପୋଖରୀ କୂଳରେ ନିଜ ଭାଇର ପେଣ୍ଟସାର୍ଟ ରହିଥିବା ଦେଖି ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରି ଦମକଳ ବିଭାଗକୁ ଜଣେଇବା ସହିତ ଝରିଗାଁ ଥାନାରେ ଏତଲା ଦେଇଥିଲା |ଆଜି ସକାଳୁ ଦମକଳ ବିଭାଗ ପୋଖରୀରେ ପହଂଚି ରାଜେଶର ମୃତଦେହ ପାଣିରୁ କାଢ଼ିବା ପରେ ଝରିଗାଁ ଥାନା ଅଧିକାରୀ ପ୍ରଦୀପ କୁମାର ଶବର ନିଜ ଟିମ ସହିତ ଘଟଣା ସ୍ଥଳରେ ପହଂଚି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛନ୍ତି |ଏହି ଖବରଟି ପ୍ରସାରଣ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User