ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣା,ଝରିଗାଁ ବ୍ଲକର 2ଯୁବ ଶ୍ରମିକଙ୍କ ମୃତ୍ୟୁ ।

Jul 03, 2025 - 09:08
Updated: 1 year ago
0 187
ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣା,ଝରିଗାଁ ବ୍ଲକର 2ଯୁବ ଶ୍ରମିକଙ୍କ ମୃତ୍ୟୁ ।

ଝରିଗାଁ,୩l୭(ଷ୍ଟାର ନିୟୁଜ ଓଡିଶା):  ତେଲେଙ୍ଗାନା ରାଜ୍ୟର ସାଙ୍ଗାରେଡ୍ଡି ଜିଲ୍ଲାର ପଶାମୟାଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ ଔଷଧ କାରଖାନାରେ ଗତ ସୋମବାର ଦିନ 9 ଘଣ୍ଟା ସମୟରେ କୌଣସି କାରଣରୁ ହଠାତ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 40କୁ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଥିବା ବେଳେ ସେଥି ମଧ୍ୟରୁ ଝରିଗାଁ ବ୍ଲକ ଭିକ୍ଷା ପଞ୍ଚାୟତ ଅନ୍ତର୍ଗତ କୋଦଭଟ୍ଟା ଗ୍ରାମର 2 ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ମାନେ ହେଲେ କୃଷ୍ଣ ଗୌଡ଼ଙ୍କ ପୁଅ ରମେଶ ଗୌଡ଼ (୨୨) ଏବଂ ହରିଚନ୍ଦ୍ର ଭତ୍ରାଙ୍କ ପୁଅ ଚଇତୁ ଭତ୍ରା(୨୩) ବୋଲି ଜଣାପଡିଛି।ସୂଚନା ପ୍ରକାରେ,କୋଦଭଟ୍ଟା ଗ୍ରାମର ରମେଶ ଗୌଡ଼ ଏବଂ ଚଇତୁ ଭତ୍ରା ସହ ଆଖପାଖ ଗ୍ରାମର କିଛି ଶ୍ରମିକ ମିଶି ଏକ ମାସ ତଳେ ତେଲେଙ୍ଗାନା ଔଷଧ କାରଖାନାରେ କାମ କରିବା ପାଇଁ ଯାଇଥିଲେ।ତେବେ କାମ କରିବା ସମୟରେ ସୋମବାର ଦିନ 9 ଘଣ୍ଟା ସମୟରେ କୌଣସି କାରଣରୁ ହଠାତ ବିସ୍ଫୋରଣ ହୋଇଥିଲା।ବିସ୍ଫୋରଣ ଯୋଗୁଁ କୋଦଭଟ୍ଟା ଗ୍ରାମର ରମେଶ ଗୌଡ଼ ଏବଂ ଚଇତୁ ଭତ୍ରାଙ୍କ ମୃତ୍ୟୁ ହୋଇଥିଲା।ଘଟଣା ନେଇ ସାଥି ହୋଇ ଯାଇଥିବା ଅନ୍ୟଜଣେ ଶ୍ରମିକ କୃଷ୍ଣ ଗୌଡ଼ଙ୍କୁ ଫୋନ ଯୋଗେ ଗତକାଲି ଦିନ 9 ଘଣ୍ଟା ସମୟରେ ସୂଚନା ଦେଇଥିଲେ।ଖବର ପାଇ ୱାର୍ଡ ସଭ୍ୟ କୁମ ଭତ୍ରା,ଶୁକମନ ଗୌଡ଼,ଚଇତୁ ଭତ୍ରା,ବଳି ଗୌଡ଼ ପ୍ରମୁଖ ଗତକାଲି ସନ୍ଧ୍ୟାରେ ଘଟଣା ସ୍ଥଳରେ ଯିବା ପାଇଁ ବାହାରିଥିଲେ।ଆଜି ସକାଳୁ ସମସ୍ତେ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ DNA ପରୀକ୍ଷା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବା ପରେ ଶବ ନେଇ ଘରକୁ ଫେରିବେ ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User