ନିୟତି ଫାଉଣ୍ଡେସନ ଓ ଶକ୍ତି ଏଜେନ୍ସି ର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଓଡିଶା ମିଟର ରିଡର ଆସୋସିଏସନ ନର୍ଲା ଶାଖା ପକ୍ଷରୁ ଦାବିପତ୍ର ପ୍ରଦାନ ଓ ଧାରଣା

Jul 3, 2025 - 09:12
 0  50
ନିୟତି ଫାଉଣ୍ଡେସନ ଓ ଶକ୍ତି ଏଜେନ୍ସି ର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଓଡିଶା ମିଟର ରିଡର ଆସୋସିଏସନ ନର୍ଲା ଶାଖା ପକ୍ଷରୁ ଦାବିପତ୍ର ପ୍ରଦାନ ଓ ଧାରଣା

କଳାହାଣ୍ଡି:   ଭବାନୀପାଟଣା :- ଅଦ୍ୟ ତା ୦୨-୦୭-୨୦୨୫  (ଷ୍ଟାରନିୟୁଜ ଓଡିଶା) ଦିବା ୧୦ ଘଟିକା ସମୟରେ, ଅଲ ଓଡିଶା ମିଟର ରିଡରସ ଆସୋସିଏସନ ନିମ୍ନ ଲିଖିତ ଦାବୀ ଗୁଡିକ ପୂରଣ ନିମନ୍ତେ, କଳାହାଣ୍ଡି ପୂର୍ବ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ TPWODL ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା।ଏହି ଧାରଣାରେ କଳାହାଣ୍ଡି ପୂର୍ବ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ TPWODL ଡିଭିଜନର ମିଟର ରିଡର ନର୍ଲା ଶାଖା ର ସଭାପତି ବିକ୍ରମ ସାହୁ ଏବଂ ସମ୍ପାଦକ କମଳ ଲୋଚନ ସାହୁଙ୍କ ନେତୃତ୍ୱ ରେ ସମସ୍ତ ମିଟର ରିଡର ମାନେ ସେମାନଙ୍କର ନ୍ୟାର୍ଯ ଦାବୀ ପୂରଣ ନିମନ୍ତେ ଧାରଣାରେ ବସିଥିଲେ।ଏବଂ ଏହି ଧାରଣା ଦାବୀ ଗୁଡିକ ପୂରଣ ନହେବା ଯାଏ, ଅହୋରାତ୍ର ଚାଲୁ ରହିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଥିଲା। ଏହି ଧାରଣା କାର୍ଯ୍ୟ କ୍ରମରେ ଅଲ ଓଡିଶା ମିଟର ରିଡର ଆସୋସିଏସନ ର ସାଧାରଣ ସମ୍ପାଦକ ତପନ କୁମାର ଅଗସ୍ତି ଯୋଗଦେଇ ଧାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଏହି ଡିଭିଜନରେ ନର୍ଲା ସବଡିଭିଜନ ମିଟର ରିଡିଂ ପାଇଁ ତା ୦୧-୦୮-୨୦୨୨ ଠାରୁ ୩୧-୦୩-୨୦୨୫ ପର୍ଯ୍ୟନ୍ତ ନିୟତି ଫାଉଣ୍ଡେସନ ଓ ୦୧-୦୪-୨୦୨୫ ଠାରୁ ଶକ୍ତି ସଂସ୍ଥା ଏଜେନ୍ସି କାର୍ଯ୍ୟ କରୁଅଛି।ଏହା ସହ କର୍ମଚାରୀ ମାନଙ୍କୁ ବେଆଇନ ଛଟେଇ କରିବା, ଶ୍ରମ ଆଇନ ଅନୁସାରେ ମଜୁରି ପ୍ରଦାନ ନକରିବା, କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା କର୍ମଚାରୀ ମାନଙ୍କୁ ESI ସୁବିଧା ନଯୋଗାଇବା ଇତ୍ୟାଦି ଦାବୀ ରହିଥ‌ିବା ବେଳେ,ବର୍ଷ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା କର୍ମଚାରୀ ମାନଙ୍କୁ ମାନଙ୍କୁ ଶ୍ରମ ନିୟମ ବହିର୍ଭୂତ ଶୋଷଣ କରିବା ଏବଂ ମାନସିକ ସ୍ତରରେ ନିର୍ଯ୍ୟାତନା ଓ ଧମକାଇବା ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଆଜିର ଧାରଣା ଦିଆ ଯାଇଛି, ଯାହାକି ଆମ୍ଭେ ନିମ୍ନରେ ପ୍ରଦାନ କରୁଛୁ . ଏବଂ ଏହି ଧାରଣା ଦାବୀ ପୂରଣ ପର୍ଯ୍ୟନ୍ତ ଚାଲୁ ରହିବ l 
ପ୍ରମୁଖ ଦାବୀ ସମୂହ ଯଥା :-୧--ନିୟତି ଫାଉଣ୍ଡେସନ ମିଟର ରିଡର ମାନଙ୍କୁ କୁଶଳୀ ଶ୍ରମିକ ହାରରେ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା।୨. ନିୟତି ଫାଉଣ୍ଡେସନ ମିଟର ରିଡର ମାନଙ୍କୁ HARDSHIP ALLOWANCE ର ସଠିକ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା।୩. ନିୟତି ଫାଉଣ୍ଡେସନ ମିଟର ରିଡର ମାନଙ୍କୁ ବୋନସର ନିର୍ଦ୍ଧାରିତ ସଠିକ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା।୪. ନିୟତି ଫାଉଣ୍ଡେସନ ମିଟର ରିଡର ମାନଙ୍କୁ ସଠିକ LEAVE WAGESର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା।୫. ନିୟତି ଫାଉଣ୍ଡେସନ ମିଟର ରିଡର ମାନଙ୍କୁ ସଠିକ NATIONAL HOLIDAYର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା।୬. ନିୟତି ଫାଉଣ୍ଡେସନ ମିଟର ରିଡର ମାନଙ୍କୁ EPF ଏବଂ ESI ସୁବିଧାରେ ତୁରନ୍ତ ଅନ୍ତର୍ଭୁକ୍ତ କରିବା।୭. ନିୟତି ଫାଉଣ୍ଡେସନ ମିଟର ରିଡର ମାନଙ୍କୁ OCR INCENTIVEର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା।୮. ନିୟତି ଫାଉଣ୍ଡେସନ ମିଟର ରିଡର ମାନଙ୍କୁ ADDITIONAL ALLOWANCE 1 & 2 ବାବଦ ବକେୟା ଅର୍ଥ ତୁରନ୍ତ ପ୍ରଦାନ କରିବା।୯. ନିୟତି ଫାଉଣ୍ଡେସନ ମିଟର ରିଡର ମାନଙ୍କ ଠାରୁ ବେଆଇନ ଭାବେ ଠକିନେଥ‌ିବା ଅମାନତ ଟଙ୍କା ତୁରନ୍ତ ଫେରସ୍ତ କରିବା।୧୦. ଶକ୍ତି ସଂସ୍ଥା ମିଟର ରିଡର ମାନଙ୍କୁ କୁଶଳୀ ଶ୍ରମିକ ହାରରେ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା।୧୧. ଶକ୍ତି ସଂସ୍ଥା ମିଟର ରିଡର ମାନଙ୍କୁ କୁଶଳୀ ଶ୍ରମିକ ହାରରେ ବୋନସ ପ୍ରଦାନ କରିବା। ୧୨ ଶକ୍ତି ସଂସ୍ଥା ମିଟର ରିଡର ମାନଙ୍କୁ LEAVE WAGESର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା। ୧୩. ଶକ୍ତି ସଂସ୍ଥା ମିଟର ରିଡର ମାନଙ୍କୁ NATIONAL HOLIDAYର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା। ୧୪. ଶକ୍ତି ସଂସ୍ଥା ମିଟର ରିଡର ମାନଙ୍କୁ EPF ଏବଂ ESI ସୁବିଧାରେ ତୁରନ୍ତ ଅନ୍ତର୍ଭୁକ୍ତ କରିବା।
ଏହି ଧାରଣାରେ " ମୁଇ କଳାହାଣ୍ଡିଆ ଫର କଳାହାଣ୍ଡି ' ର ସଂଗଠକ ଶ୍ରୀ ଲଷ୍ମୀନାରାୟଣ ପଣ୍ଡା ଓ ସୁରେଶ ସଂଗ୍ରାମଙ୍କ ସମେତ କଳାହାଣ୍ଡି ପୂର୍ବ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ TPWODL ଡିଭିଜନର ମିଟର ରିଡର, କମଳ ଲୋଚନ ସାହୁ, ଦାଶରଥ୍ ମାଝି,ପଦ୍ମନ ସେନାପତି, ସୁକାନ୍ତ ନାୟକ, ପ୍ରତାପ ସାହୁ,ଭୀମରାଜ ସୁନା,ଧନଞ୍ଜୟ ସେନାପତି, ପ୍ରମୋଦ ମାହାର ,ନେପାଲ ମାହାର , ରୁମାନ ଛରର,ମହେନ୍ଦ୍ର ସାହୁ, ଖୁସିରାମ କେତକୀ, ଟିକେଶ୍ବର ସାହୁ,କୁମୁଦ ହାତୀ ,ଭିକାରି ନାୟକ,ଓମ ପ୍ରକାଶ ଜଲ, ଲୋକନାଥ ରଣା, ଧ୍ରୁବ କୁମାର, ବିକ୍ରମ ସାହୁ,ଯଦୁମଣି ନାୟକ, ଅନ୍ୟ ମାନେ ପ୍ରମୁଖ ଭାବେ ଅଂଶ ଗ୍ରହଣ କରିଥିଲେl
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

like

dislike

love

funny

angry

sad

wow