ଦବିଗଲା ନାଙ୍ଗି ନଦୀ ଡାଇଭର୍ସନ,ଗାଡି ଚଳାଚଳ ଠପ ।

Jul 03, 2025 - 09:06
0 221
ଦବିଗଲା ନାଙ୍ଗି ନଦୀ ଡାଇଭର୍ସନ,ଗାଡି ଚଳାଚଳ ଠପ ।

ଝରିଗାଁ,୩l୭(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଧୋଡ୍ରା ନିକଟସ୍ଥ ନାଙ୍ଗି ନଦୀର ଡାଇଭର୍ସନ ରାସ୍ତା ବର୍ଷା ପାଣି ଯୋଗୁଁ ଦବି ଯାଇଥିବା ସୂଚନା ମିଳିଛି।ଫଳରେ ସେହି ରାସ୍ତା ଦେଇ ଗାଡି ଚଳାଚଳ ଆଜି ଦ୍ବିପ୍ରହର ଠାରୁ ସମ୍ପୁର୍ଣ୍ଣ ବନ୍ଦ ରହିଛି।ଯାତ୍ରୀମାନେ ଅନ୍ୟ ଏକ ରାସ୍ତା ବଡ଼ଭରଣ୍ଡୀ ଗ୍ରାମ ଠାରୁ କୁଟୁଗୁଡ଼ା ଗ୍ରାମ ଓ ମହୁଲି ଗ୍ରାମ ଦେଇ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଯାତାୟତ କରୁଛନ୍ତି।ପରବର୍ତ୍ତୀ ସମୟରେ ବର୍ଷା ପାଣି ଗୁଡିକ ନଦୀରେ ପ୍ରବାହିତ କରିବା ପାଇଁ ରାସ୍ତା କାଟି ଦିଆଯିବା ସହ ପ୍ରଶାସନ ପକ୍ଷରୁ ଡାଇଭର୍ସନ ରାସ୍ତା ନିର୍ମାଣ ଚାଲିଥିବା ସୂଚନା ମିଳିଛି।ଉମରକୋଟ ଠାରୁ ନବରଙ୍ଗପୁର ଯିବା ରାସ୍ତାରେ ବିଭିନ୍ନ ନଦୀର ଡାଇଭର୍ସନ ରାସ୍ତା ବର୍ଷା ଯୋଗୁଁ ନଷ୍ଟ ହୋଇ ଯାଇଥିବା ବେଳେ ଯାତାୟତ ସମୟରେ ସମସ୍ୟା ଦେଖାଦେଇଛି।ପ୍ରଶାସନ ପକ୍ଷରୁ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User