ଲଗାଣ ବର୍ଷାରେ ବେହାଲ ପୂଜାରୀଗୁଡା ରାସ୍ତା |ଖାଲଖମା ଯୋଗୁଁ ଯାତାୟାତରେ ଦେଖା ଦେଇଛି ଅସୁବିଧା ।

Jul 2, 2025 - 20:48
 0  78
ଲଗାଣ ବର୍ଷାରେ ବେହାଲ ପୂଜାରୀଗୁଡା ରାସ୍ତା |ଖାଲଖମା ଯୋଗୁଁ ଯାତାୟାତରେ ଦେଖା ଦେଇଛି ଅସୁବିଧା  ।

ତେନ୍ତୁଳୀଖୁଣ୍ଟି,୨l୭ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ପୂଜାରୀଗୁଡା ଗ୍ରାମର ମୁଖ୍ୟ ରାସ୍ତା ରୁ ଅଞ୍ଚଳଗୁମା ଦେଇ ମୈଦଳପୁର କୁ ଏବଂ ପଡୋଶୀ ଜିଲ୍ଲା କଳାହାଣ୍ଡି କୁ ସଂଯୋଗ କରୁଥିବା ରାସ୍ତା ର ଅବସ୍ଥା ବର୍ତମାନ ଶୋଚନୀୟ ହୋଇପଡିଛି | ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ମୋଟର ସାଇକେଲ, ଚାରି ଚକିଆ ଯାନ , ବସ, ଆମ୍ବୁଲାନ୍ସ ଗର୍ଭବତୀ ମହିଳା,ଗୁରୁତର ରୋଗୀ ଓ ସ୍କୁଲ ପିଲା ମାନେ ଯାତାୟାତ କରନ୍ତି |ରାସ୍ତା ମଝିରେ ମଝିରେ ଖାଲଢ଼େପ ହୋଇ ପାଣି ଜମି ରହୁଛି |ଯାତାୟାତ କରୁଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଅଭିଯାନ ହେଉଛି| ଏହି ରାସ୍ତା ଦେଇ ବ୍ଲକ ପ୍ରଶାସନିକ ଅଧିକାରୀ, ରାଜସ୍ବ ବିଭାଗ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଓ ବିଭିନ୍ନ ଉନ୍ମତି ମୂଳକ ବିଭାଗ ର ଅଧିକାରୀମାନେ,ତଥା ଜନ ପ୍ରତିନିଧିମାନେ ଯିବା ଆସିବା କରିଥାନ୍ତି | କିନ୍ତୁ ଏଥିପ୍ରତି କୌଣସି ବିଭାଗର କିମ୍ବା ଜନ ପ୍ରତିନିଧି ମାନଙ୍କର ନଜର ପଡ଼ୁନାହିଁ କେମିତି ବୋଲି ସ୍ଥାନୀୟ ଜନସାଧାରଣ ପ୍ରଶ୍ନ କରୁଛନ୍ତି | ଏହି ରାସ୍ତା ଦେଇ ଶହ ଶହ ଲୋକ,ଅଙ୍ଗନବାଡି କର୍ମୀ, ଆଶାଦିଦି ଓ ବିଭିନ୍ନ ବିଭାଗ ର କର୍ମକର୍ତ୍ତାମାନେ ନିଜ ନିଜ କାମ ପାଇଁ ବ୍ଲକ କାର୍ଯ୍ୟାଳୟ, ଡାକ୍ତରଖାନା, ତହସିଲ କାର୍ଯ୍ୟାଳୟ ଉପରେ ସଦା ସର୍ବଦା ନିର୍ଭର କରି ପ୍ରତିଦିନ ଯାତାୟାତ କରୁଛନ୍ତି | ପୁଣି ମିଳିଥିବା ସୂଚନା ଅନୁଯାୟୀ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ରାସ୍ତା ତିନି ମାସ ପୂର୍ବରୁ ନବରଙ୍ଗପୁର ପି ଡବ୍ଲୁ ଡି ବିଭାଗ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମରାମତି କରା ଯାଇଥିଲା,କିନ୍ତୁ ନିମ୍ନ ମାନର କାମ ହୋଇ ଥିବା ଯୋଗୁଁ ରାସ୍ତା ପୂର୍ବରୁ ଯେମିତି ଥିଲା ଏବେ ମଧ୍ୟ ସେହି ଅବସ୍ଥା ହୋଇଛି | ନିମ୍ନ ମାନର କାମକରି ସରକାରୀ ଟଙ୍କାକୁ ହଡପ କରାଯାଉ ଥିବାର ଅଭିଯୋଗ କରିଛନ୍ତି ସାଧାରଣ ଲୋକେ| ଏହାର ତଦନ୍ତ କରି ବିହିତ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଜନ ସାଧାରଣ | ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏଥିପ୍ରତି ଜିଲ୍ଲା ପ୍ରଶାସନ ତଥା ବ୍ଲକ ପ୍ରଶାସନ କଣ ପଦେକ୍ଷେପ ନେଉଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR