ଫିରିଙ୍ଗିଆ ବରେବାଟା ନିକଟରେ କାର ଦୁର୍ଘଟଣା I ଡ୍ରାଇଭର ସହ ଦୁଇ ଗୁରୁତର I
ଫିରିଙ୍ଗିଆ,୧୪l୧୧(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଫିରିଙ୍ଗିଆ ଗୋଛାପଡା ମୁଖ୍ୟ ରାସ୍ତାର ବରେବାଟା ଛକ ନିକଟରେ ଏକ କାର ଦୁର୍ଘଟଣାରେ କାର ର ଡ୍ରାଇଭର ସହ କାର ରେ ବସିଥିବା ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି I ତେବେ ଆହତ ମାନଙ୍କ ମଧ୍ୟରେ ଜଣେ ଫିରିଙ୍ଗିଆ ଥାନା କାଶିନିପଦର ପଞ୍ଚାୟତ ଅଧୀନରେ ଥିବା ସ୍ୱଳ୍ପ ସାହିର ଚନ୍ଦନ ଦିଗାlଲ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ସାସି ପଦର ଗାଁ ର ଭଲଭଦ୍ର ଦିଗାଲ ବୋଲି ଜଣାପଡିଛି ଓ ସେମାନେ ଦୁଇ ସାଙ୍ଗ ବୋଲି ଜଣାପଡଥିବା ବେଳେ କାର ଟି ଚନ୍ଦନ ଦିଗାଲ ର ବୋଲି କାଣାପଡ଼ିଛି I ସୂଚନା ଅନୁସାରେ ଶୁକ୍ରବାର ଏହି ଦୁଇ ସାଙ୍ଗ ଉକ୍ତ କାର ରେ କୌଣସି କାମ ପାଇଁ ଫିରିଙ୍ଗିଆ ବଜାର କୁ ଆସିଥିଲେ I କାମ ସାରି ଘର ନିଜ ଗାଁ କୁ ଫେରିବା ସମୟରେ କାର ଟି ଦ୍ରୁତ ଗତିରେ ଥିବାରୁ ଭାରସାମ୍ୟ ହରାଇ ବରେବାଟା ନିକଟେରେ ରାସ୍ତା କଡରେ ଓଲଟି ପଡିଥିଲା I ଫଳରେ କାର ଡ୍ରାଇଭର ଙ୍କ ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲା I ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ମେଡିକାଲ କୁ ଆଣିଥିବା ବେଳେ ଉଭୟ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସଲୟ କୁ ସ୍ଥାନାନ୍ତର କରାଯାଇଛି I ଅନ୍ୟପଟେ ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣା ବିଷୟରେ ପୋଲିସ ପାଖରେ କୌଣସି ସୂଚନା ନଥିବା ଜଣାପଡିଛି I
ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )
What's Your Reaction?