ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ଭାରତୀୟ ଜନତା ପାର୍ଟି ସ୍ଥାପନା ଦିବସ ପାଳିତ

Apr 06, 2025 - 19:49
0 75
ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ଭାରତୀୟ ଜନତା ପାର୍ଟି ସ୍ଥାପନା ଦିବସ ପାଳିତ

କନ୍ଧମାଳ, ୬|୪: ଆଜି ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ଆମ୍ବପଡା ରେ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରତିଷ୍ଠା ଦିବସ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ୱରେ ପାଳିତ ହୋଇଛି। ଏଥିରେ ଜିଲ୍ଲା ବିଜେପିର ଉପ ସଭାପତି ତଥା ଆଜିର କାର୍ଯ୍ୟକ୍ରମର ମୁଖ୍ୟବକ୍ତା ପରେଶ ମହାପାତ୍ର, ପୂର୍ବତନ ମଣ୍ଡଳ ସଭାପତି ଆଦିତ୍ୟ କହଁର, ମିଣିଆ ସରପଞ୍ଚ ଗୌତମ ମଲ୍ଲିକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟବକ୍ତା ବିଶ୍ୱର ସର୍ବ ବୃହତ୍ତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇବା ସହ ଆଗାମୀ ଦିନରେ ସଂଗଠନ କିଭଳି ସୁଦୃଢ ରହିବ ସେ ଉପରେ ବିସ୍ତୃତ ଭାବେ ଅଭିଭାଷଣ ରଖିଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User