ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଙ୍ଘ ତରଫରୁ “ଅନୁଷ୍ଠାନ ପଞିକରଣ ପ୍ରକ୍ରିୟା” ବିଷୟରେ କର୍ମଶାଳା।

Jul 02, 2025 - 19:17
0 168
ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଙ୍ଘ ତରଫରୁ “ଅନୁଷ୍ଠାନ ପଞିକରଣ ପ୍ରକ୍ରିୟା” ବିଷୟରେ କର୍ମଶାଳା।

ଫୁଲବାଣୀ,୨l୭(ଷ୍ଟାର ନିୟୁଜ ) :  ଅନୁନ୍ନତ ଅଂଚଳ ଗୁଡିକର ବିକାଶ ନିମନ୍ତେ ସରକାର ଙ୍କ ଉଦ୍ୟମକୁ ସଫଳ କରିବାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକର ଭୂମିକା ଗୁରୁତ୍ୱ ବହନ କରୁଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜିବିକା ର ଉନ୍ନତି ପାଇଁ ଆଗାମି ଦିନ ମାନଙ୍କରେ ନୂଆ ନୂଆ ଅନୁଷ୍ଠାନ ସୃଷ୍ଟି ହେବା ର ସମ୍ଭାବନା ରହିଛି । ଏହାକୁ ଆଖି ଆଗରେ ରଖି ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଙ୍ଘ ଦ୍ୱାରା ସ୍ୱାତୀ ଅନୁଷ୍ଠାନ ଙ୍କ ବନ୍ଧଗଡ ସ୍ଥିତ ତାଲିମ କେନ୍ଦ୍ରରେ “ଅନୁଷ୍ଠାନ ପଞିକରଣ ପ୍ରକ୍ରିୟା” ବିଷୟରେ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନରୁ ୨୦ ରୁ ଅଧିକ ଅଂଶଗ୍ରହଣ କରିଥଲେ । ଏଥିରେ ମହାସଙ୍ଘ ତରଫରୁ କନ୍ଭେନର୍ ହରି ଶଙ୍କର ରାଉତ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଦାତା ଅନୁଷ୍ଠାନର ମୁଖ୍ୟ ପ୍ରଦିପ କୁମାର ଦାସ ଓ ଜାଗୃତି ଅନୁଷ୍ଠାନର ମୂଖ୍ୟ କୈଳାଶ ଚନ୍ଦ୍ର ଦଣ୍ଡପାଟ ଆନୁଷ୍ଠାନ ପଞିକରଣ ପାଇଁ ଥିବା ବିଭିନ୍ନ ନିୟମ ଓ ଆଇନ୍ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ଅନ୍ ଲାଇନ୍ ମାଧ୍ୟମରେ ହେଉଥିବା ସମସ୍ତ ପ୍ରକ୍ରିୟା କୁ ବୁଝାଇବା ସହିତ ଯେଉଁମାନେ ଅଧିକ ସହାୟତା ନେବାକୁ ଚାହୁଁଛନ୍ତି ସେମାନଙ୍କୁ କ୍ଲାପ୍ ସଙ୍ଗଠନ ସହିତ ଯୋଗାଯୋଗ କରି ନେଇପାରିବେ ବୋଲି ମଧ୍ୟ କହିଥିଲେ । ଯେହେତୁ ଫୁଲବାଣୀ ସ୍ୱେଚ୍ଛାସେବୀ ସଂଗଠନ କନ୍ଧମାଳ ଜିଲ୍ଲର ଉନ୍ନତି ପାଇଁ ସଦା ସର୍ବଦା କାର୍ଯ୍ୟ କରିଆସୁଛି ଜିଲ୍ଲା ପ୍ରଶାସନ ଙ୍କୁ ନିଜର ଏକ ସ୍ଥାୟୀ ଯାଗା ଓ ଗୃହ ନିମନ୍ତେ ପ୍ରଶାସନ ଙ୍କୁ ଅନୁରୋଧ କରିବାକୁ ମଧ୍ୟ ଆଜିର ଆଲୋଚନାରେ ନିଷ୍ପତି ନିଆଯାଇଛି । ଏଥିସହିତ ଯେଉଁ ଅନୁଷ୍ଠାନ ଗୁଡିକର ଅନୁଷ୍ଠାନ ପଞିକରଣ ଓ ଅନ୍ ଲାଇନ୍ ପୋଟାଲ ବିଷୟରେ ଜ୍ଞାନ ଅଛି ସେମାନେ ଆବଶ୍ୟକତା ଅନୁଯାୟି ଅନ୍ୟ ଅନୁଷ୍ଠାନ ଙ୍କୁ ମଧ୍ୟ ସହାୟତା ଦେବା ପାଇଁ ସ୍ଥିର କରାଗଲା । କର୍ମଶାଳାଟିକୁ ସାନ୍ତନୁ କୁମାର ମିଶ୍ର ପରିଚାଳନା କରିଥିବା ବେଳେ କୈଳାଶ ଚନ୍ଦ୍ର ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ । ସାହାରା ଅନୁଷ୍ଠାନରୁ ସୁକାନ୍ତ ନାୟକ, ପାହାଡ ଅନୁଷ୍ଠନରୁ ପଂଚାନନ ମିଶ୍ର, ସାଲୁଙ୍କି ଅନୁଷ୍ଠାନରୁ ଅଶୋକ କୁମାର ପ୍ରଧାନ, ନିପିଡିତ ଅନୁଷ୍ଠାନରୁ ପ୍ରମୋଦ କୁମାର ନାୟକ, ଜନବିକାଶ ଅନୁଷ୍ଠାନର ମଦନ ସୁଆଲସିଙ୍ଗ ଓ ଶାନ୍ତିମୈତ୍ରି ଅନୁଷ୍ଠାନରୁ ଭାଗବାନ ଜେନା ପ୍ରମୁଖ ଉପସ୍ଥିତ ରହି ଆଗାମି ଦିନ ରେ ସ୍ୱେଚ୍ଛାସେବି ମହାସଙ୍ଘ ର ବିଭିନ୍ନ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User