ବନ୍ୟଜନ୍ତୁ ସପ୍ତାହ ରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନ।

Oct 7, 2025 - 15:48
 0  9
ବନ୍ୟଜନ୍ତୁ ସପ୍ତାହ ରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନ।

କଳାହାଣ୍ଡି ଜିଲ୍ଲା ତା. ୭/୧୦ ( ଷ୍ଟାରନିୟୁଜ ଓଡିଶା )ବନ୍ୟଜନ୍ତୁ ସପ୍ତାହରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ୮ ଅକ୍ଟୋବର ପର୍ଯ୍ୟନ୍ତ, ପ୍ଳାଷ୍ଟିକ ମୁକ୍ତ ଓ ସଚେତନତା କାର୍ଯ୍ୟକ୍ରମ ଜାରୀ ରହିଛି। କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ପକ୍ଷରୁ ବିଭିନ୍ନ ରେଞ୍ଜରେ ସପ୍ତାହେ ଧରି ପ୍ଳାଷ୍ଟିକ ଓ ଅଲିଆ ଆବର୍ଜନା ସଫା କରିବା ସହ ସଚେତନତା କାର୍ଯ୍ୟକ୍ରମ ପାଳନ କରୁଛନ୍ତି। ଏଥିମଧ୍ୟରେ କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ପର୍ଯ୍ୟଟନସ୍ଥଲୀ ଫୁର୍ଲିଝରନ ଠାରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବନବିଭାଗ ଅଧିକାରୀ ଓ କର୍ମଚାରୀ ଙ୍କ ସହ ଜଙ୍ଗଲ ସୁରକ୍ଷାକର୍ମୀ ମାନେ ସାମିଲ ଥିଲେ।

ଦିପ୍ତିମନ ପଣ୍ଡା (ଡେପୁଟି ରେଞ୍ଜର)

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow