ବସ ବାଇକ ମୁହାଁ ମୁହିଁ ଧାକ୍କା,ଅଳ୍ପକେ ବର୍ଷିଲେ ବାଇକ ଚାକଳ

Jul 20, 2025 - 12:04
0 46

କଳାହାଣ୍ଡି :ତା ୧୯/୭ (ଷ୍ଟାରନିୟୁଜ ଓଡିଶା): ଧର୍ମଗଡ଼ :  ଶୁକ୍ରବାର ଅପରାହ୍ନ ସମୟରେ ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ନିକଟରେ ଏକ ସରକାରୀ ଯାତ୍ରୀବାହି ବସ ଏକ ବାଇକକୁ ସମ୍ନାପଟରୁ ଧକ୍କା ଦେବା ଦେବାରୁ ଗୁରୁତର ଆହାତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବରଗଡରୁ ଗୋଲାମୁଣ୍ଡା ଅଭିମୁଖେ ଯାଉଥିବା ସରକାରୀ ବସ (ଓଡି୦୨ବିସି୬୧୫୪) ଉଦେଶୃଙ୍ଗ ନିକଟରେ ସାମ୍ନା ପଟରୁ ଆସୁଥ‌ିବା ଏକ ବାଇକ (ଓଡି୦୮ଜେଡ୫୭୩୪)କୁ ଧକ୍କା ଦେଇ କିଛି ମିଟର ଘୋଷାଡି ନେଇ ରାସ୍ତାକଡର ଏକ ଗଛରେ ପିଟି ଦେଇଥୂଲା। ଗଛରେ ପିଟିଦେବାରୁ ବସଟି ସୌଭାଗ୍ୟବସତ ଓଲଟି ପଡିବାରୁ ବର୍ଷି ଯାଇଥିଲା । କିନ୍ତୁ ବାଇକ ଚାଳକ ଚକ ବାଇକ ସହିତ ବସର ସମ୍ମୁଖ ଭାଗରେ ତଳେ ଘୋଷାଡି ହୋଇ ଅଳ୍ପକେ ବର୍ଷି ଯାଇଥୂଳେ। ବାଇକ ଚାଳକ ହେଉଛନ୍ତି ଉଦେଶୃଙ୍ଗ ଗ୍ରାମର ଶଶି ଜାଲ(୩୫) । ସ୍ଥାନୀୟ ଲୋକେ ତାଙ୍କୁ ଗାଡି ତଳୁ ଉଦ୍ଧାର କରି ଗୋଲାମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟକୁ ପଠାଇଥିଲେ । ବସ ମଧ୍ୟରେ ଥିବା ୧୫ ରୁ ଉର୍ଦ୍ଧ ଯାତ୍ରୀ ସୁରକ୍ଷିତ ରହିଥ‌ିବା ଜଣାପଡିଛି । ଖବରପାଇ ଗୋଲାମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଛରେ ଧକ୍କା ଦେଇଥିବା ବସକୁ ବାହାର କରି ଉଭୟ ବସ ଓ ବାଇକକୁ ଜବତ କରି ଥାନାକୁ ନେଇଥିବା ଜଣାପଡିଛି ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User