ବାଣୀଗୋଛାରେ ଗଡ଼ିଲା ସବୁଜରଥ, ସାମ୍ବାଦିକଙ୍କୁ ଡ଼ାକି ଉପେକ୍ଷା କଲେ ବନବିଭାଗ କର୍ମଚାରୀ ।

Sep 10, 2025 - 18:32
Updated: 12 months ago
0 13
ବାଣୀଗୋଛାରେ ଗଡ଼ିଲା ସବୁଜରଥ, ସାମ୍ବାଦିକଙ୍କୁ ଡ଼ାକି ଉପେକ୍ଷା କଲେ ବନବିଭାଗ କର୍ମଚାରୀ ।

ଦଶପଲ୍ଲା,୧୦l୯(ଷ୍ଟାର ନିୟୁଜ): ଆଜି ସକାଳ ୧୦ ଘଟିକା ସମୟରେ ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ବନାଞ୍ଚଳ ଅଧିକାରୀ ସଂସାର ବର୍ଗିଆଙ୍କ ନେତୃତ୍ୱରେ ସବୁଜରଥ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଥିଲା। ଏଥିରେ ବନପାଳ ରାଜ କୁମାର ଶତପଥୀ, ପୁଷ୍ପଲତା ପ୍ରଧାନ,ଗୋଲକ ବେହେରାଙ୍କ ସମେତ ସମସ୍ତ ବନକର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ବନପାଳ ରାଜ କୁମାର ଶତପଥୀ ଗଣମାଧ୍ୟମ ପ୍ରତିନିଧି ଙ୍କୁ ପୂର୍ବରୁ ଅବଗତ କରାଇ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କହିଥିଲେ।ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଖବର ସଂଗ୍ରହ କରିବା ଉଦ୍ଧେଶ୍ୟରେ ବାଣୀଗୋଛାରେ ପହଂଚିଥିଲେ। କିନ୍ତୁ ସେତେବେଳେ ବନପାଳ ଆଉ ଟିକିଏ ସମୟ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଆପଣ ଅପେକ୍ଷା ଟିକେ କରିଥାନ୍ତୁ କହି ସାମ୍ବାଦିକ ଙ୍କୁ ଆଉ ନ ଜଣାଇ ଅପେକ୍ଷା କରାଇ କାର୍ଯ୍ୟକ୍ରମ କୁ ସାରିଦେଇଥିଲେ। କିଛି ଘଣ୍ଟାପରେ ଗଣମାଧ୍ୟମ ପ୍ରତିନିଧି ବନପାଳ ଙ୍କୁ ଫୋନକରି କାର୍ଯ୍ୟକ୍ରମ ସମ୍ପର୍କରେ ପଚାରିବାରୁ ବନପାଳ ରାଜ କୁମାର ଶତପଥୀ କହିଥିଲେ କାର୍ଯ୍ୟକ୍ରମ ସରିଗଲାଣି। ତେବେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅପେକ୍ଷା କରାଇ ଏଭଳି କେମିତି କଲେ ବନବିଭାଗ କର୍ମଚାରୀ ବୋଲି ସାମ୍ବାଦିକ ଫୋନ କରି ବନାଞ୍ଚଳ ଅଧିକାରୀ ସଂସାର ବର୍ଗିଆଙ୍କୁ ପଚାରିବାରୁ ସେ କହିଲେ ମୁଁ ବନପାଳ ଶ୍ରୀ ଶତପଥି ଙ୍କୁ ପଚାରି କହୁଛି। ଏବଂ ପରେ ବନାଞ୍ଚଳ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଫୋନ କରି କହିଥିଲେ ଯେ, ଆପଣ କହୁଥିବା କଥା ସତ, ସେଥିପାଇଁ ଆମେ ଦୁଃଖିତ କହି କଥାକୁ ଆଡ଼େଇ ଦେଇଥିଲେ। ତେବେ ଏ ଘଟଣା ଚର୍ଚ୍ଚା ହେବାପରେ ବୁଦ୍ଧିଜୀବୀ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି। ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଇ ଏଭଳି ଉପେକ୍ଷା କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User