ମିଳିଲାନି ଆୟୁଷ୍ମାନ କାର୍ଡ ୭ ମାସ ହେଲା ଚିକିତ୍ସାରୁ ବଞ୍ଚିତ କର୍କଟ ରୋଗୀ।

Sep 10, 2025 - 10:08
0 12
ମିଳିଲାନି ଆୟୁଷ୍ମାନ କାର୍ଡ ୭ ମାସ ହେଲା ଚିକିତ୍ସାରୁ ବଞ୍ଚିତ କର୍କଟ ରୋଗୀ।

ଝରିଗାଁ,୧୦l୯(ଷ୍ଟାର ନିୟୁଜ ଓଡିଶା): ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡରେ ଜଣେ କର୍କଟ ରୋଗୀ ଚିକିତ୍ସିତ ହୋଇଥିଲେ। ସରକାର ବଦଳିବା ପରେ ସ୍ୱାସ୍ଥ୍ୟ ବୀମା କାର୍ଡ ମଧ୍ୟ ବଦଳିଗଲା। କିନ୍ତୁ ଆୟୁଷ୍ମାନ ସ୍ୱାସ୍ଥ୍ୟବୀମା କାର୍ଡ ନମିଳିବାରୁ ପ୍ରାୟ ୭ ମାସ ହେଲା ରୋଗୀ ଜଣଙ୍କ ଚିକିତ୍ସିତ ହୋଇନପାରି ଚିନ୍ତାରେ ପଡ଼ିଛନ୍ତି। ଏଭଳି କିଛି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିଆମ୍ବା ଗ୍ରାମର ଦିଲୀପ ପଟ୍ଟନାୟକଙ୍କ କ୍ଷେତ୍ରରେ। ସୂଚନା ଅନୁଯାୟୀ, ବାଞ୍ଜିଆମ୍ବା ଗ୍ରାମର କାଳୀ ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ପୁଅ ଦିଲୀପ ପଟ୍ଟନାୟକ(୩୭)ଙ୍କ ପାଟିରେ ଗତବର୍ଷ ନଭେମ୍ବର ମାସରେ ଘା’ ହୋଇଥିଲା। ଚିକିତ୍ସା ପରେ ମଧ୍ୟ ଘା’ ନଶୁଖିବାରୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ଦିଲୀପଙ୍କୁ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ଦ୍ବାରା ଦିଲୀପ ଚଳିତ ବର୍ଷ ଫେବ୍ରୁ୍ଆରି ୨୫ ତାରିଖରେ କର୍କଟ ରୋଗର ଚିକିତ୍ସା କରାଇଥିଲେ। ପରବର୍ତ୍ତୀ ସମୟରେ ସରକାର ବଦଳିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ବଦଳରେ ଆୟୁଷ୍ମାନ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ କରାଯାଇଥିଲା। କିନ୍ତୁ ଦିଲୀପଙ୍କୁ ଏହି କାର୍ଡ ପ୍ରଦାନ କରାଯାଇନଥିଲା। ତେଣୁ ଆୟୁଷ୍ମାନ ସ୍ୱାସ୍ଥ୍ୟବୀମା କାର୍ଡରେ ଦିଲୀପଙ୍କ ଫଟୋ ଆସୁନଥିବାରୁ ବିଶାଖାପାଟଣାର ଘରୋଇ ହସ୍ପିଟାଲରେ ମାଗଣାରେ ଚିକିତ୍ସା ହୋଇପାରିବ ନାହିଁ ବୋଲି କର୍ତ୍ତୃପକ୍ଷକ ହୁଥିବା ଦିଲୀପ କହିଛନ୍ତି। ଘରର ଆର୍ଥିକ ସ୍ଥିତି ଠିକ୍‌ ନଥିବା ବେଳେ ଚିକିତ୍ସା ପାଇଁ ଅର୍ଥି ଯୋଗାଡ଼ ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ଦିଲୀପ ସାତ ମାସ ହେଲା ଚିକିତ୍ସାରୁ ବଞ୍ଚିତ ହୋଇ ଘରେ ଅଛନ୍ତି। ଅନ୍ୟପଟେ ଦିଲୀପଙ୍କ ଚିକିତ୍ସା ପାଇଁ ପରିବାର ଲୋକ ଚିନ୍ତାରେ ପଡିଛନ୍ତି। ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମା କାର୍ଡର ତ୍ରୁଟି ସୁଧାରିବା ପାଇଁ ବହୁବାର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ଗୁହାରି କରିବା ପରେ ମଧ୍ୟ ସୁଫଳ ମିଳି ନଥିବା ଦିଲୀପ ଅଭଯୋଗ କରିଛନ୍ତି। ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କିରବାକୁ ପରିବାର ଲୋକ ଗୁହାରି କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User