ବାତ୍ୟାରେ ଭାଙ୍ଗିଲା ଘର, ଆଶ୍ରୟ ଚିନ୍ତାରେ ପରିବାର ।

Aug 19, 2025 - 20:13
 0  65
ବାତ୍ୟାରେ ଭାଙ୍ଗିଲା ଘର, ଆଶ୍ରୟ ଚିନ୍ତାରେ ପରିବାର ।

ଉମରକୋଟ,୧୯l୮  (ଷ୍ଟାର ନିୟୁଜ ଓଡିଶା): ଗତକାଲିର ବାତ୍ୟା ପ୍ରଭାବରେ ଜଣେ ଗରିବ ଖଟିଖିଆ ବ୍ୟକ୍ତିଙ୍କ ଘର ଭାଙ୍ଗିଯିବା ଫଳରେ ଏବେ ଆଶ୍ରୟ ଚିନ୍ତାରେ ଅଛନ୍ତି ପରିବାର ବର୍ଗ |ଏଭଳି ଏକ ଦୁଖଦଃ ଖବର ମିଲିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେହେଡା ପଂଚାୟତ ଅନ୍ତର୍ଗତ ଲିମାଗୁଡା ଗ୍ରାମରୁ |ସୂଚନା ମୁତାବକ ଲିମାଗୁଡା ଗ୍ରାମର ଈଶ୍ୱର ଗୌଡ଼ (51) ପ୍ରାୟ 15ବର୍ଷ ତଳେ ତାଙ୍କ ଝାଟିମାଟି କୁଡ଼ିଆକୁ ଭାଙ୍ଗି କିଛି କଞ୍ଚା ଇଟା ଓ ମାଟି ଖପର କିଣି ତିନି ବଖରା ଘର ଖଣ୍ଡେ ବଡ଼ କଷ୍ଟରେ ତିଆରି କରିବାକୁ ସକ୍ଷମ ହୋଇଥିଲେ |ଏହି ଘର ସମ୍ପୂର୍ଣ୍ଣ କରିବାକୁ ସେ ଅନେକ ଶ୍ରମଦାନ କରିବା ସହିତ ଅନେକ ଲୋକଙ୍କ ଠାରୁ ଧାରକରଜ ମଧ୍ୟ କରିଥିଲେ |ହେଲେ ଗତକାଲିର ଲଗାଣ ବର୍ଷା ତାଙ୍କ ଦୀର୍ଘ ବର୍ଷର ପରିଶ୍ରମ ଉପରେ ପାଣି ଢାଳିଦେଇଛି |ଘର ଭୁଶୁଡି ପଡ଼ିଵା ପରେ ଏବେ ପରିବାରଲୋକେ କେଉଁଠି ଯିବେ, କେଉଁଠି ରହିବେ ବୋଲି ଚିନ୍ତିତ ଅଛନ୍ତି |ସୂଚନା ଯୋଗ୍ୟ, ଈଶ୍ୱରଙ୍କ ପରିବାର କହିଲେ ତାଙ୍କ ଧର୍ମପତ୍ନୀ ରାଜୁଲା ଗୌଡ଼ ଓ ଗୋଟେ 21ବର୍ଷୀୟା ଝିଅ ପିଙ୍କି ଗୌଡ଼ |ଏହି ଭୂମିହୀନ ପରିବାର ପାଖରେ ଆର୍ଥିକ ସମ୍ବଳ କହିଲେ କିଛି ନାହିଁ |ପ୍ରଶାସନ ପକ୍ଷରୁ ମିଳୁଥିବା 15କେଜି ଚାଉଳ ହିଁ ଏମାନଙ୍କ ପାଇଁ ବଂଚିବାର ଏକମାତ୍ର ବିକଳ୍ପ |ଖଟିଲେ ଖାଇବାକୁ ମିଲେ ନଖଟିଲେ ଉପାସ ରହିବାକୁ ପଡୁଛି |ଗତ 2023-24 ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଏକ ଘର ପାଇଥିଲେ, ହେଲେ ତାଙ୍କ ନାରେ ପଟ୍ଟା ଜମି ନଥିବାରୁ ଉକ୍ତ ଘର ମଧ୍ୟ ଫେରିଯାଇଥିବା ଈଶ୍ୱର ଦୁଃଖର ସହ ପ୍ରକାଶ କରିଛନ୍ତି |ତେଣୁ ପ୍ରଶାସନ ତୁରନ୍ତ ଏହି ପରିବାରର ଥଇଥାନ ବ୍ୟବସ୍ଥା କରିବା ସହିତ ଏକ ଆବାସ ଘର ଯୋଗେଇ ଦେବାକୁ ସାଧାରଣରେ ଦାବୀ ହେଉଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow