ବିଜମରା କେନାଲରୁ ଅପରିଚିତ ମୃତଦେହ ଉଦ୍ଧାର: କଲମପୁର ପୁଲିସର ତଦନ୍ତ ଆରମ୍ଭ

Mar 03, 2026 - 22:00
0 7
ବିଜମରା କେନାଲରୁ ଅପରିଚିତ ମୃତଦେହ ଉଦ୍ଧାର: କଲମପୁର ପୁଲିସର ତଦନ୍ତ ଆରମ୍ଭ

 କୋକସରା/କଲମପୁର, ତା. ୦୩/୦୩ (ଷ୍ଟାର ନିୟୁଜ ଓଡିଶା)

ମଙ୍ଗଳବାର ସକାଳ ସମୟରେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତାରୁ ବିଜମରା ପଂଚାୟତକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ୱରେ ଅବସ୍ଥିତ ବିଜମରା ସବ୍ ମାଇନର କେନାଲରୁ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି।
ସ୍ଥାନୀୟ ଲୋକମାନେ ପ୍ରଥମେ କେନାଲ ଭିତରେ ଓଲଟା ଅବସ୍ଥାରେ ପଡ଼ିଥିବା ମୃତଦେହଟିକୁ ଦେଖି ତୁରନ୍ତ କଲମପୁର ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ କୁଟୁ ପୁଲିସ ଫାଣ୍ଡି ଅଧିକାରୀ ଶ୍ରୀ ଅସିତ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିଥିଲେ।
ପରବର୍ତ୍ତୀ ସମୟରେ କଲମପୁର ଥାନା ଅଧିକାରୀ ଶ୍ରୀ ବିଶମ୍ବର କହଁର ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବର ପଞ୍ଚନାମା କରିଥିବା ଜଣାପଡ଼ିଛି।
ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ବେଳେ ମୃତଦେହକୁ ସଂରକ୍ଷଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାକୁ ପୁଲିସ ପକ୍ଷରୁ ବ୍ୟବସ୍ଥା ନିଆଯାଇଛି। କିନ୍ତୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଶବ ବାହକ ଯାନ ଘଟଣାସ୍ଥଳକୁ ନ ପହଞ୍ଚିବାରୁ ଶବ ସ୍ଥାନାନ୍ତରରେ ବିଳମ୍ବ ହୋଇଥିବା ସୂଚନା ମିଳିଛି।
ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ଶ୍ରୀ ଅସିତ କୁମାର ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ମୃତ ବ୍ୟକ୍ତି ଜଣକ ମାନସିକ ଭାବେ ଅସ୍ୱସ୍ଥ ଥିବା ସନ୍ଦେହ କରାଯାଉଛି।
ଘଟଣାଟି ନେଇ ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ବେଳେ ପୁଲିସ ତଦନ୍ତକୁ ଆଗେଇ ନେଉଛି ଏବଂ ମୃତକଙ୍କ ପରିଚୟ ସ୍ଥାପନ ପାଇଁ ପ୍ରୟାସ ଜାରି ରହିଛି।
 କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User