ବିବାହ ଭୋଜିରେ ଯୋଗଦେଇ ଫେରିବା ସମୟରେ ଅଟୋ ଦୁର୍ଘଟଣାଗ୍ରସ୍ତ,୧୫ ରୁ ଉର୍ଦ୍ଧ ଆହତ ୫ ଗୁରୁତର।

Apr 30, 2025 - 20:58
 0  83
ବିବାହ ଭୋଜିରେ ଯୋଗଦେଇ ଫେରିବା ସମୟରେ ଅଟୋ ଦୁର୍ଘଟଣାଗ୍ରସ୍ତ,୧୫ ରୁ ଉର୍ଦ୍ଧ ଆହତ ୫ ଗୁରୁତର।

ଡାବୁଗାଁ/ ଝରିଗାଁ, ୩୦l୪( ଷ୍ଟାର ନିୟୁଜ ଓଡ଼ିଶା):ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କେଲିଆ ଶିବ ମନ୍ଦିର ନିକଟ ଏକ ବୁଲାଣିରେ ଏକ ଯାତ୍ରୀବାହି ଅଟୋ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ଡାବୁଗାଁ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାଇ ଝରିଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡା ପଦର ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଆଜି ଦିନରେ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଚାନ୍ଦଲି ଗ୍ରାମର ୧୫ ରୁ ଉର୍ଦ୍ଧ ଯାତ୍ରୀ ଏକ ଅଟୋ ଗାଡିରେ ମୁଣ୍ଡା ପଦର ଗ୍ରାମକୁ ଯାଇଥିଲେ। ସେଠାରେ ବିବାହ ଭୋଜିରେ ଯୋଗ ଦେଇ ପୁଣି ଅଟୋରେ ଅପରାହ୍ନରେ ଚାନ୍ଦିଲି ଅଭିମୁଖେ ବାହାରିଥିଲେ। ତେବେ ମୁଣ୍ଡା ପଦର ଗ୍ରାମ ରୁ ୭ କିମି ଦୂର ଡାବୁଗାଁ ର କେଲିଆ ଶିବ ମନ୍ଦିର ନିକଟ ଏକ ବୁଲାଣି ନିକଟରେ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଅଟୋରେ ବସିଥିବା ସମସ୍ତ ଯାତ୍ରୀ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ସେଥି ମଧ୍ୟରୁ ରାଇବତି ଜାନି (୫୦),ମଙ୍ଗାଇ ଜାନି (୫୦),ମଞ୍ଜୁଳା ଜାନି(୨୫), ରେବତୀ ଜାନି( ୫୨), ଦୈତାରି ଜାନି (୪୬) ଗୁରୁତର ଆହତ ହୋଇଥିବା ବେଳେ ଲାଇବାନ ଜାନି,ଲକ୍ଷ୍ମୀ ଜାନି,ପ୍ରେମାନନ୍ଦ ହରିଜନ,କମଳା ଜାନି,ରଦମା ଜାନି,ହାରାବତି ଜାନି,ମଇନା ଜାନି, ଖଗେଶ୍ୱରି ଜାନି ଓ ଟୋଭା ଜାନି ଆହତ ହୋଇଥିଲେ। ଡ୍ରାଇଭର ଭାରସାମ୍ୟ ହରାଇବାରୁ ଅଟୋ ଗଡାଣିଆ ରାସ୍ତା ଉପରେ ୩ ପଲଟି ମାରିଥିଲା। ଅଟୋ ଦୁର୍ଘଟଣା ରେ ଆହତଙ୍କ ଆତ୍ମୀୟ ପରିଜନ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭିଡ ଲଗାଇଥିବା ବେଳେ ସନ୍ଧ୍ୟାରେ ସ୍ୱାସ୍ଥ୍ୟକେନ୍ଦ୍ରରେ କାନ୍ଦ ବୋବାଳି ଲାଗି ରହିଥିଲା। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ୫ ଜଣକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାବୁଗାଁ ପୁଲିସ ଘଟଣାର ତଦନ୍ତ କରୁଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow