ବେଦାନ୍ତ ଆଲୁମିନିୟମ ତରଫରୁ ମେଗା ସ୍ୱାସ୍ଥ୍ୟସେବା ଶିବିର୩୫୦ରୁ ଉର୍ଦ୍ଧ୍ଵ ଲୋକଙ୍କୁ ମିଳିଲା ଚିକିତ୍ସା ଓ ପରାମର୍ଶ ସେବା

Jul 20, 2025 - 12:00
 0  15

ଲାଞ୍ଜିଗଡ଼:୧୯ /୭( ଷ୍ଟାରନିୟୁଜ ଓଡିଶା    )-କଳାହାଣ୍ଡି ଜିଲ୍ଲାର ଅବହେଳିତ ଅଞ୍ଚଳଗୁଡ଼ିକରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବା ଦିଗରେ ବେଦାନ୍ତ ଆଲୁମିନିୟମ ନିଜର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଛି। ସାଧାରଣତଃ ବର୍ଷାଋତୁରେ ଲୋକେ ବିଭିନ୍ନ ପ୍ରକାର ଋତୁକାଳୀନ ରୋଗରେ ଶିକାର ହେଉଥିବାବେଳେ ଏହାର ନିରାକରଣ ପାଇଁ ଦେଶର ସର୍ବବୃହତ ଆଲୁମିନିୟମ ଉତ୍ପାଦକ କମ୍ପାନୀ ବେଦାନ୍ତ ଆଲୁମିନିୟମ ଆରମ୍ଭ କରିଛି 'ପ୍ରୋଜେକ୍ଟ ଆରୋଗ୍ୟ' କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଅଧୀନରେ କମ୍ପାନୀ ତରଫରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଗୋପାଳପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ତଥା ଆଖପାଖ ଅଞ୍ଚଳର ୧୫ରୁ ଉର୍ଦ୍ଧ୍ଵ ଗାଁର ୩୫୦ରୁ ଉର୍ଦ୍ଧ୍ଵ ଲୋକେ ଅଭିଜ୍ଞ ଡାକ୍ତର ଓ ବିଶେଷଜ୍ଞଙ୍କଠାରୁ ଚିକିତ୍ସା, ପରାମର୍ଶ ସେବା ସହିତ ମାଗଣା ଔଷଧ ଗ୍ରହଣ କରିଥିଲେ। ଶିବିରରେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ବିକାଶ ରଞ୍ଜନ ପ୍ରହରାଜ, ମେଡିସିନ ବିଶେଷଜ୍ଞ ଡା. ପ୍ରବୀଣ କୁମାର ପତି, ଡା. ପ୍ରଭୁଦତ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇ ଲୋକଙ୍କୁ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇଦେଇଥିଲେ। ବେଦାନ୍ତ ଲିମିଟେଡ ସିଏସଆର ବିଭାଗ, ଜନ ସମ୍ପର୍କ ବିଭାଗ, ବେଦାନ୍ତ ହସ୍ପିଟାଲର ଅଧିକାରୀ ଓ କର୍ମଚାରୀ ସ୍ୱାସ୍ଥ୍ୟସେବା ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଲାଞ୍ଜିଗଡ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ବେଦାନ୍ତ ଦ୍ୱାରା ଲାଞ୍ଜିଗଡ଼ରେ, ଆମେ ସ୍ଥାୟୀ ସ୍ଵାସ୍ଥ୍ୟସେବା ଜରିଆରେ ଜନ ସାଧାରଣଙ୍କ ଉନ୍ନତି ପାଇଁ ଦୃଢ଼ ପ୍ରତିବଦ୍ଧ। ଏହି ମେଗା ସ୍ଵାସ୍ଥ୍ୟସେବା ଶିବିର ଆୟୋଜନ ଆମ ଦ୍ୱାରା ପ୍ରଦତ୍ତ ସ୍ୱାସ୍ଥ୍ୟସେବାର ଏକ ଅଂଶ ଯାହା ଦୂରଦୂରାନ୍ତ ଗାଁ ଗୁଡ଼ିକରେ ସମୟାନୁରୂପୀ ଚିକିତ୍ସା ସହାୟତା ସୁନିଶ୍ଚିତ କରିଥାଏ। ସେହିପରି ପ୍ରୋଜେକ୍ଟ ଆରୋଗ୍ୟ ମାଧ୍ୟମରେ, ଆମେ ଅବହେଳିତ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାର ପ୍ରୟାସ ଜାରି ରଖିଛୁ। ପ୍ରୋଜେକ୍ଟ ଆରୋଗ୍ୟ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଆଣିପାରିଛି। କେବଳ ୨୦୨୪-୨୫ ଆର୍ଥିକ ବର୍ଷରେ ୬୬୦ରୁ ଅଧିକ ଗାଁରେ ମୋବାଇଲ୍ ହେଲଥ ୟୁନିଟ୍ ଦ୍ୱାରା ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇ ଦିଆଯାଇଛି। ଯାହାଦ୍ୱାରା ୨୦, ୫୦୦ରୁ ଅଧିକ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ସହିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସଚେତନ‌ କରାଯାଇଥିଲା। ସେହିପରି ୧୫ ହଜାରରୁ ଅଧିକ ଲୋକଙ୍କୁ ସ୍ଵଚ୍ଛତା, ସୁସ୍ଥତା ଏବଂ ରୋଗ ନିବାରଣ ଉପରେ ଜରୁରୀ ସୂଚନା ପ୍ରଦାନ କରାଯାଇଥିଲା। ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ଦାୟିତ୍ଵବାନ ବିକାଶ ସହଭାଗୀ ଭାବରେ ଏହାର ଭୂମିକାକୁ ଆହୁରି ସୁଦୃଢ଼ କରି ଶେଷ ପର୍ଯ୍ୟନ୍ତ ସ୍ଵାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ବେଦାନ୍ତ ତାର ମିଶନରେ ଆଗେଇ ଚାଲିଛି ବୋଲି ଶ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR