ଭାରତୀୟ ମଜଦୁର୍ ସଂଘ କଳାହାଣ୍ଡି ପକ୍ଷରୁ ନର୍ଲା ତହସିଲ୍ କାର୍ଯାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ୍
କଳାହାଣ୍ଡି ଜିଲ୍ଲା ୧୯/୭(ଷ୍ଟାର ନିୟୁଜ ଓଡିଶା ) ବିଭିନ୍ନ ମଣ୍ଡିରେ କାମ କରୁଥିବା ହେମାଲ୍ ମାନଙ୍କ ୨୦୨୨-୨୩ ବର୍ଷ ର ବକେୟା ଥିବା ବର୍ଦ୍ଧିତ ମଜୁରୀ ନମିଳିବାରୁ ଭାରତୀୟ ମଜଦୁର୍ ସଂଘ ଅନୁବନ୍ଧିତ ଓଡିଶା କୃଷି ଓ ଗ୍ରାମୀଣ ମଜଦୁର୍ ସଂଘ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଏକ ଦାବୀ ପତ୍ର ନର୍ଲା ଓ କର୍ଲାମୁଣ୍ଡା ତହସିଲଦାର୍ ଙ୍କ ମାଧ୍ୟମରେ ସମବାୟ ସମିତି ସମୂହ କଳାହାଣ୍ଡି କୁ ପ୍ରଦାନ୍ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମଜଦୂର୍ ସଂଘ ର ଜିଲ୍ଲା ସମ୍ପାଦକ ବିଶ୍ଵ ରଞ୍ଜନ ସା, ମଜଦୂର୍ ସଂଘ ର ଓଡ଼ିଶା ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା ଓ ତାଙ୍କ ସହଯୋଗୀ ଙ୍କ ସହିତ ଶତାଧିକ ମଜଦୂର୍ ଭାଇ ଉପସ୍ଥିତ ଥିଲେ। ସେମାନଙ୍କ ଦାବିପତ୍ର ରେ ଉଲ୍ଲେଖ ଅଛିଯେ, ଓଡିଶା ସରକାର ଙ୍କ ଖାଦ୍ୟ ଯୋଗାଣ ବିଭାଗ ଦ୍ଵାରା ଗତ ମାସ ନଭେମ୍ବର୍ ୧୭ ତାରିଖ ର ପତ୍ର ସଂଖ୍ୟା ୧୭୦୫୬ ମୁତାବକ ମଜୁରୀ ବାବଦକୁ କୁଇଣ୍ଟାଲ୍ ପିଛା ୮ ଟଙ୍କା ୪୬ ପଇସା ରୁ ୧୩ ଟଙ୍କା ୧୪ ପଇସା କୁ ବୃଦ୍ଧି କରିଛନ୍ତି ,ତାହା ୨୦୨୨ ଖରିଫ ଋତୁରୁ ଲାଗୁ ହୋଇଛି ,କିନ୍ତୁ ଶ୍ରମିକ ମାନେ ୨୦୨୩ ର ଖରିଫ୍ ଋତୁର ବର୍ଦ୍ଧିତ ମୂଲ୍ୟ ପାଇଥିବା ବେଳେ ୨୦୨୨ ର ଖରିଫ୍ ଋତୁ ଓ ୨୦୨୩ ର ରବି ଋତୁ ଦୁଇଟି ସିଜନ୍ ର ବର୍ଦ୍ଧିତ ମଜୁରୀ ମିଳିନଥିବା ଅଭିଯୋଗ୍ କରିଛନ୍ତି। ସରକାର୍ ଯଦି ତାଙ୍କର ଦାବୀ ପୁରଣ ନ କରନ୍ତି ତା ହେଲେ ଆଗାମୀ ଦିନରେ ସଂଘ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା
What's Your Reaction?






