ମାନ୍ୟବର ମନ୍ତ୍ରୀ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ କଳାହାଣ୍ଡି ଗସ୍ତ ,ଜିଲାସ୍ତରୀୟ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା ଏବଂ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବଲାଙ୍ଗୀର ସର୍କଲ ସ୍ତରୀୟ ସମ୍ମିଳନୀରେ ଯୋଗଦାନ ।

Jul 20, 2025 - 08:29
 0  17

ଭବାନୀପାଟଣା ତା. ୧୯/୦୭(ଷ୍ଟାର ନିଉଜ ଓଡିଶା )ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବଲାଙ୍ଗିର ସର୍କଲ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଆଜି ଟାଉନ ହଲ ଭବାନୀପାଟଣା ଠାରେ ଅନୁଷ୍ଟିତ ହୋଇଥିଲା | ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ପରିବେଶ ଓ ଜଳ ବାୟୁ  ପରିବର୍ତ୍ତନ, ଓଡ଼ିଶା ସରକାର ଯୋଗଦେଇ ଏହି ସମ୍ମିଳନୀର ଶୁଭ ଉଦଘାଟନ କରି ଉଦବୋଧନ ଦେଇଥିଲେ  ।ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଜନକଲ୍ୟାଣକାରୀ ଯୋଜନା ନୂଆ ସରକାରଙ୍କ ବର୍ଷ ଏକ ଉପଲବ୍ଧି ଅନେକ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ ସମ୍ମିଳନୀର କେନ୍ଦୁପତ୍ର କର୍ମଚାରୀ ଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ କର୍ମଚାରୀ ସଂଘର କର୍ମକର୍ତ୍ତା ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାଧାରଣ  ଗରିବ ଲୋକମାନେ କିପରି ନ୍ୟାୟ ପାଇବେ, ତାଙ୍କର ଆର୍ଥିକ ସମସ୍ୟା କିପରି ସୁଧୁରିବ ସେଥିପ୍ରତି ଗରିବ କଲ୍ୟାଣ ପାଣ୍ଠି ଉପରେ ସରକାର ଧ୍ୟାନ ରଖିଛନ୍ତି । କେନ୍ଦୁପତ୍ର ତୋଳାଳୀ, କର୍ମଚାରୀଙ୍କ ରହିଥିବା କିଛି ସମସ୍ୟାର ସମାଧାନ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ସମ୍ପର୍କରେ ମନ୍ତ୍ରୀ କହିଥିଲେ ଏବଂ ଜଙ୍ଗଲ ଓ ପରିବେଶ ପରିବେଶ ସୁରକ୍ଷା ଦିଗରେ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସମସ୍ତେ ଗଛ ଲଗାଇ ସବୁଜ ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ୧୬ ଜଣ କେନ୍ଦୁପତ୍ର  ହିତାଧିକାରୀମାନଙ୍କୁ ମୃତ୍ୟୁକାଲିନ ସହାୟତା ରାଶି ବାବଦକୁ ପ୍ରତ୍ୟେକଙ୍କୁ ୨ ଲକ୍ଷ୍ୟ ଟଙ୍କାର ଚେକ୍ ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆର୍.ସି.ସି.ଏଫ୍. ରଞ୍ଜିତ ମଲ୍ଲିକ, ଡି.ଏଫ୍.ଓ. ଉତ୍ତର ରମେଶ କୁମାର, ଡି.ଏଫ୍.ଓ ଦକ୍ଷିଣ କଲାଇ ବାନାନ ଆର୍ , ଡି.ଏଫ୍.ଓ କେନ୍ଦୁଲିଫ ଗଦାଧର ପାତ୍ର, କେନ୍ଦୁପତ୍ର କର୍ମଚାରୀ ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହି, କଳାହାଣ୍ଡି କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ସଂଘର ଚିରାଗ ସିଂଦେଓ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା, ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ସନ୍ଧ୍ୟାରେ ଜିଲ୍ଲାପରିଷଦ ସଭଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା  ବୈଠକରେ ମାନ୍ୟବର ମନ୍ତ୍ରୀ ଯୋଗଦେଇ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିରେ ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିୟୋଜନ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ପାନୀୟଜଳ, ବିଦ୍ୟୁତ୍ ପରିବହନ, ବେସାମରିକ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ, ପୂର୍ତ୍ତ, କୃଷି, ଜଳସେଚନ ଇତ୍ୟାଦି ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସଂପୃକ୍ତ ବିଭାଗୀୟ ଅଧିକାରୀମାନେ କର୍ତ୍ତବ୍ୟନିଷ୍ଠା ଭାବରେ ସେବା ମନୋଭାବ ନେଇ ଲୋକଙ୍କ ହିତ ଉଦ୍ଦେଶ୍ୟରେ ଯତ୍ନବାନ ହୋଇ କାର୍ଯ୍ୟ କରିବା ପାଇଁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ବିଧାୟକ ଧର୍ମଗଡ ସୁଧିର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଡି.ଏଫ୍.ଓ. ଉତ୍ତର ରମେଶ କୁମାର, ଡି.ଏଫ୍.ଓ ଦକ୍ଷିଣ କଲାଇ ବାନାନ୍ ଆର୍., ଭାରତୀୟ ପ୍ରଶାସନକ ସେବା (ପ୍ରୋବେସନ) ଅନିମେଶ ପ୍ରଧାନ, ଉପଜିଲ୍ଲାପାଳ ଭବାନିପାଟଣା ପ୍ରଭାତ କୁମାର ପରିଡ଼ା, ଭାରପ୍ରାପ୍ତ ଉପଜିଲ୍ଲାପାଳ ଧର୍ମଗଡ ଅଜୟ କୁମାର ତିର୍କି, ଭା.ଜ.ପା. ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିଉଜ ଓଡିଶା

What's Your Reaction?

like

dislike

love

funny

angry

sad

wow