ବୈଦ ସାହୁ ଆମ ଗହଣରେ ଆଉ ନାହାନ୍ତି.
ବାନିପାଟଣା. ତା.୩୦/୭ (ଷ୍ଟାର ନିୟୁଜ ଓଡିଶା ) ଶମ୍ଭୁ ନଗର ପଡ଼ା ର ବୈଦ ସାହୁ (59) ବର୍ଷ ସେ ଆମ ଗହଣରେ ଆଉ ନାହାନ୍ତି. ଭବାନୀପାଟଣା ଶମ୍ଭୁନଗର ପଡା ସ୍ଥିତ ସ୍ଵର୍ଗତ ସାହୁ ଟିଟିଲାଗଡ ରେ ଜନ୍ମିତ. ସେ ସ୍ପାଇନାଲ୍ ସମସ୍ୟା ରେ ପୀଡିତ ହୋଇ 59 ବର୍ଷ ବୟସରେ ପରଲୋକ ହୋଇଯାଇଛନ୍ତି. ସେ ଜଣେ ମିଷ୍ଟ ଭାଷୀ, ପରୋପକାରୀ ଓ ସ୍ନେହୀ ମଣିଷ ଟିଏ ଥିଲେ. ବଲାଙ୍ଗୀର ଜିଲ୍ଲାର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କର୍ମଚାରୀ ଥିଲେ. ତାଙ୍କ ମୃତ୍ଯ ଶଯ୍ୟା ନିକଟରେ ଦଇ ଝିଅ ସଂଯୁକ୍ତା, ସଙ୍ଗୀତା, ପୁତ୍ର ଶଙ୍କର,ସୁନିଲ, ବୋହୁ,ଜାମାତା, ନାତୀ ନାତୁଣୀ ବନ୍ଧୁବାନ୍ଧବ ପ୍ରମୂଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ. ତାଙ୍କ ମୃତ୍ୟୁ ରେ ଭବାନୀପାଟଣା ଓ ଟିଟିଲାଗଡ ର ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି.

What's Your Reaction?
Like
5
Dislike
0
Love
0
Funny
0
Wow
0
Sad
0
Angry
0
Comments (0)