ବ୍ୟବସାୟୀଙ୍କ ଘରୁ ଚୋରି, ସୁନା-ରୂପା ଗହଣା ସହ ନଗଦ ଟଙ୍କା ଲୁଟ

Jul 02, 2026 - 20:58
0 19
ବ୍ୟବସାୟୀଙ୍କ ଘରୁ ଚୋରି, ସୁନା-ରୂପା ଗହଣା ସହ ନଗଦ ଟଙ୍କା ଲୁଟ

କୋକସରା, ତା. ୨/୭ (ଷ୍ଟାର ନ୍ୟୁଜ୍ ଓଡ଼ିଶା): କଳାହାଣ୍ଡି ଜିଲ୍ଲାର କୋକସରା ଗ୍ରାମରେ ଜଣେ ବ୍ୟବସାୟୀଙ୍କ ଘରୁ ସୁନା ଗହଣା, ରୂପା ସାମଗ୍ରୀ ଏବଂ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ପାଇଁ ପୁଲିସ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନେଇ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, କୋକସରା ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥ–୨୬ କଡ଼ରେ ବସବାସ କରୁଥିବା ବ୍ୟବସାୟୀ ପରମାନନ୍ଦ ଗୁପ୍ତାଙ୍କ ପରିବାର ବିଳମ୍ବିତ ରାତିରେ ଘରେ ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ଚୋରି କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଘରୁ ସୁନା ଗହଣା, ରୂପା ସାମଗ୍ରୀ ଏବଂ ପ୍ରାୟ ୧୦ ହଜାରରୁ ଅଧିକ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରର ସହାୟତାରେ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଛି।
ଚୋରମାନଙ୍କୁ ଚିହ୍ନଟ କରି ଗିରଫ କରିବା ଦିଗରେ ପୁଲିସ ତଦନ୍ତ ଜୋରଦାର କରିଥିବା ବେଳେ ଚୋରି ହୋଇଥିବା ସମ୍ପତ୍ତିର ପ୍ରକୃତ ପରିମାଣ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି।
– କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User