ଭବାନୀପାଟଣା CRPF ୬୪ ବାଟାଲିୟନ କ୍ୟାମ୍ପରେ ଭକ୍ତି ଓ ଆଡମ୍ବରର ସହ ପାଳିତ ହେଲା ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା

Jul 17, 2026 - 09:13
0 21
ଭବାନୀପାଟଣା CRPF ୬୪ ବାଟାଲିୟନ କ୍ୟାମ୍ପରେ ଭକ୍ତି ଓ ଆଡମ୍ବରର ସହ ପାଳିତ ହେଲା ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା

ଭବାନୀପାଟଣା, ୧୭/୦୭ (ଷ୍ଟାର ନ୍ୟୁଜ୍ ଓଡ଼ିଶା): କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିକଟସ୍ଥ ଅଟାଙ୍ଗଗୁଡ଼ା ସ୍ଥିତ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର ୬୪ ବାଟାଲିୟନ କ୍ୟାମ୍ପ ପକ୍ଷରୁ ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ଉତ୍ସବ ଭକ୍ତିଭାବ ଓ ଆଡମ୍ବରର ସହ ପାଳନ କରାଯାଇଛି।
ଏହି ଅବସରରେ କ୍ୟାମ୍ପ ପରିସରରେ ବିଧିବଦ୍ଧ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହେବା ସହ ରଥଯାତ୍ରାର ଆୟୋଜନ କରାଯାଇଥିଲା। ସିଆରପିଏଫ୍‌ର ଅଧିକାରୀ, ଜବାନ, ସେମାନଙ୍କ ପରିବାର ସଦସ୍ୟ ଏବଂ ବହୁ ଭକ୍ତ ଉତ୍ସାହର ସହ ଏହି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
ରଥଯାତ୍ରା ଅବସରରେ ହରିନାମ ସଂକୀର୍ତ୍ତନ, ଭଜନ-କୀର୍ତ୍ତନ ଏବଂ ପ୍ରସାଦ ସେବନର ଆୟୋଜନ ହୋଇଥିଲା। ସମଗ୍ର କ୍ୟାମ୍ପ ପରିସର ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା। ଉପସ୍ଥିତ ସମସ୍ତ ଭକ୍ତ ମହାପ୍ରଭୁଙ୍କ ନିକଟରେ ଦେଶର ଶାନ୍ତି, ସମୃଦ୍ଧି ଏବଂ ସର୍ବଜନଙ୍କ ମଙ୍ଗଳ କାମନା କରିଥିଲେ।
— କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ, ଷ୍ଟାର ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User