ଭବାନୀପାଟଣା ନୂଆ ବସଷ୍ଟାଣ୍ଡ ରେ ନୂତନ ଏଟିଏମ ର ଶୁଭ ଉଦଘାଟନ

Jul 07, 2025 - 16:45
Updated: 1 year ago
0 40
ଭବାନୀପାଟଣା ନୂଆ ବସଷ୍ଟାଣ୍ଡ ରେ ନୂତନ ଏଟିଏମ ର ଶୁଭ ଉଦଘାଟନ

କଳାହାଣ୍ଡି ଜିଲ୍ଲା ୭/୭(ଷ୍ଟାରନିୟୁଜ ଓଡିଶା)ଭବାନୀପାଟଣା ନୂଆ ବସଷ୍ଟାଣ୍ଡ ରେ ଏକ ନୂତନ ଏଟିଏମ ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ,ସମ୍ମାନିତ ଅତିଥ୍‌ ଭାବେ ଶ୍ରୀ ବିଷ୍ଣୁ ପ୍ରଧାନ ନଗରପାଳ, ଭବାନୀପାଟଣା ପୌରପାଳିକା,ଶ୍ରୀ ଚିନ୍ମୟ କୁମାର ନାୟକ କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀପାଟଣା ପୌରପାଳିକା,ଶ୍ରୀ ଆର. ଗଙ୍ଗାଧର ପଟ୍ଟନାୟକ ଆଞ୍ଚଳିକ ପରିଚାଳକ ରିଜନାଲ ବିଜିନେସ ଅଫିସ ଭବାନୀପାଟଣା,  ଶ୍ରୀ କ୍ଷୀରୋଦ ଦାସ ଚିଫ ମେନେଜର (ଅପରେସନ), ଶ୍ରୀ ଅଜୟ କୁମାର ସାହୁ ଡେପୁଟି ମେନେଜର (ଅପରେସନ) ପ୍ରମୁଖ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହା ଦ୍ବାରା ବିଭିନ୍ନ କାର୍ଯ୍ୟାଳୟ ତଥା ଡାକ୍ତରଖାନା କୁ ଆସୁଥିବା ଗ୍ରାମାଞ୍ଚଳର ଜନସାଧାରଣ ସମେତ ଭବାନୀପାଟଣା ପୌରପାଳିକା ର ଜନସାଧାରଣ ମାନେ ଏଟି ଏମ୍ ସେବାର ସୁଯୋଗ ପାଇ ପାରିବେ ବୋଲି ଉପସ୍ଥିତ ଅତିଥ୍‌ ମାନେ ମତ ବ୍ୟକ୍ତି କରିଥିଲେ । ଏଥି ସହିତ ଏଟି ଏମ୍ ସ୍ବତଧୂକାରୀ  ଆଦି ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User