ଭବାନୀପାଟଣା ପୌରପାଳିକାରେ SIR ଅନ୍ତର୍ଗତ ଭୋଟର ତାଲିକା ଯାଞ୍ଚ ଓ ଦଲିଲପତ୍ର ସତ୍ୟାପନ
ଭବାନୀପାଟଣା, ୨୨l୭ (ଷ୍ଟାରନ୍ୟୁଜ ଓଡ଼ିଶା): ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଭବାନୀପାଟଣା ପୌରପାଳିକା ପକ୍ଷରୁ Electoral Roll Special Intensive Revision (SIR) ଅନ୍ତର୍ଗତ ଦଲିଲପତ୍ର ସତ୍ୟାପନ (Document Verification) ଓ ପରିଦର୍ଶନ (Inspection) କାର୍ଯ୍ୟକ୍ରମ ସୁଚାରୁ ଭାବେ ଅନୁଷ୍ଠିତ ହୋଇଛି। ଏହାର ମୂଳ ଉଦ୍ଦେଶ୍ୟ ଥିଲା ଭୋଟର ତାଲିକାକୁ ନିର୍ଭୁଲ, ସ୍ୱଚ୍ଛ ଏବଂ ଅଦ୍ୟତନ କରିବା ସହ ଯୋଗ୍ୟ ଭୋଟରଙ୍କ ନାମ ସଠିକ୍ ଭାବେ ଅନ୍ତର୍ଭୁକ୍ତ ହେଉଥିବାକୁ ସୁନିଶ୍ଚିତ କରିବା।
କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଓ ପୌରପାଳିକାର ସମ୍ପୃକ୍ତ କର୍ମଚାରୀମାନେ ଉପସ୍ଥିତ ରହି ଯାଞ୍ଚ ପ୍ରକ୍ରିୟାର ସମୀକ୍ଷା କରିଥିଲେ। ଭୋଟର ତାଲିକାରେ ଥିବା ତଥ୍ୟର ସଠିକତା ଯାଞ୍ଚ, ଆବଶ୍ୟକ ଦଲିଲପତ୍ରର ସତ୍ୟାପନ ଓ ତ୍ରୁଟିପୂର୍ଣ୍ଣ ତଥ୍ୟର ସଂଶୋଧନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ବରିଷ୍ଠ ଅଧିକାରୀମାନେ କହିଥିଲେ ଯେ, ସ୍ୱଚ୍ଛ ଓ ବିଶ୍ୱସନୀୟ ନିର୍ବାଚନ ପ୍ରକ୍ରିୟା ପାଇଁ ନିର୍ଭୁଲ ଭୋଟର ତାଲିକା ଅତ୍ୟନ୍ତ ଆବଶ୍ୟକ। ସେଥିପାଇଁ SIR କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତ୍ୟେକ ଆବେଦନ ଓ ଦଲିଲପତ୍ରକୁ ନିୟମାନୁସାରେ ଯାଞ୍ଚ କରି ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ଅବସରରେ ଭୋଟର ତାଲିକାରେ ନୂତନ ନାମ ସଂଯୋଜନ, ଅଯୋଗ୍ୟ ନାମ ବିଲୋପ, ତଥ୍ୟ ସଂଶୋଧନ ଏବଂ ସମସ୍ତ ଭୋଟରଙ୍କ ସୂଚନାକୁ ଅଦ୍ୟତନ ରଖିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିରପେକ୍ଷତା ସହ ସମ୍ପନ୍ନ କରିବାକୁ ସମସ୍ତ ସମ୍ପୃକ୍ତ କର୍ମଚାରୀଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ।
What's Your Reaction?