ଭିଜିଲାନ୍ସ ପଞ୍ଜାରେ OAV ପ୍ରିନ୍ସିପାଲ, ₹୧୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

Jul 22, 2026 - 21:47
0 30
ଭିଜିଲାନ୍ସ ପଞ୍ଜାରେ OAV ପ୍ରିନ୍ସିପାଲ, ₹୧୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଭବାନୀପାଟଣା, ୨୨l୭ (ଷ୍ଟାରନ୍ୟୁଜ ଓଡ଼ିଶା):କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ର ପ୍ରିନ୍ସିପାଲ ସୀତାକାନ୍ତ ରଣା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ମହିଳାମାନଙ୍କ ବିଲ୍ ପାସ୍ କରାଇଦେବା ପାଇଁ ସେ ₹୧୦,୦୦୦ ଲାଞ୍ଚ ଦାବି କରିଥିବା ଅଭିଯୋଗ ରହିଛି।
ସୂଚନା ଅନୁଯାୟୀ, ଆଜି ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଜୟପୁର ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଚଢ଼ାଉ କରି ପ୍ରିନ୍ସିପାଲ ସୀତାକାନ୍ତ ରଣାଙ୍କୁ ରଙ୍ଗେହାତ ଧରିଥିଲେ। ଘଟଣା ପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି।
ଏହା ସହିତ ଭିଜିଲାନ୍ସ ବିଭାଗ ପକ୍ଷରୁ ଭବାନୀପାଟଣାସ୍ଥିତ ତାଙ୍କ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଛି। ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ମଧ୍ୟ ତଦନ୍ତ କରାଯାଉଥିବା ସୂଚନା ମିଳିଛି।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଆହୁରି ସୂଚନା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User