ଭବାନୀପାଟଣାଠାରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ବିରୋଧ ଦିବସ -୨୦୨୫

Jun 26, 2025 - 19:54
Updated: 1 year ago
0 27
ଭବାନୀପାଟଣାଠାରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ  ଅବୈଧ ଚାଲାଣ ବିରୋଧ ଦିବସ -୨୦୨୫

ଭବାନୀପାଟଣା:-ତା.୨୬.୬:-  (ଷ୍ଟାରନିୟୁଜ ଓଡିଶା)ଦେଶରେ ଚାଲିଥିବା ଅବୈଧ ନିଶାଦ୍ରବ୍ୟ କାରବାର ରୋକିବା ଓ ନିଶାଦ୍ରବ୍ୟ ସେବନର ଅପକାରିତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଅଭିପ୍ରାୟ ନେଇ ପ୍ରତିବର୍ଷ  ଜୁନ୍ ୨୬ ତାରିଖକୁ ସାରା ଦେଶରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ବିରୋଧ ଦିବସ ରୂପେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ସ୍ଥାନୀୟ ଟାଉନ ହଲ୍ ଠାରେ ଏହି ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି। କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱ।ନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଅଧୀକ୍ଷକ ରଞ୍ଜନ କୁମାର ନାଏକ,ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ. ନିହାର ରଞ୍ଜନ ପଣ୍ଡା, ଅନ୍ୟତମ ସମ୍ମାନିତ ଅତିଥି ଭାବେ  ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ କିଶୋର କୁମାର କହଁର, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ,ମଦନପୁର ରାମପୁର ରାମକୃଷ୍ଣ ଆଶ୍ରମର ସମ୍ପାଦକ ସ୍ୱାମୀ ଅଶୋକାନନ୍ଦ  ପ୍ରମୁଖ ଉପସ୍ଥିତ ରହି ଆଜିର ସମୟରେ ଏକ ସୁସ୍ଥ ସମାଜ ଗଠନ କରିବାପାଇଁ
ନିଶାଦ୍ରବ୍ୟ ନିରାକରଣ ଯେ ଏକାନ୍ତ ଅପରିହାର୍ଯ୍ୟ ତାହା ପ୍ରକାଶ କରିଥିଲେ।ନିଜ ପରିବାର,ପରିବେଶ,ସମାଜ ତଥା
ଦେଶର ଉନ୍ନତି ନିମନ୍ତେ ଆଜିର ଯୁବ ସମାଜ ନିଶାଦ୍ରବ୍ୟ ସେବନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ସମୟ ଆସିଯାଇଛି ବୋଲି କହିବା ସହ ଯୁବକମାନେ ନିଶାସେବନ ବିରୋଧରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ, କଲେଜ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାଙ୍ଗକୁ ଅବକାରୀ ବିଭାଗର ସମସ୍ତ ବିଭାଗୀୟ ଅଧିକାରୀ, ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ସମେତ ବିଭିନ୍ନ ବେସରକାରୀ ସଂଗଠନର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ପୁର୍ଣ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ଦିବସ ପାଳନ ଅବସରରେ ଆଜି ସକାଳ ୦୬. ୩୦ ସମୟରେ ସ୍ଥାନୀୟ କଲେଜ ଛକ ଠାରୁ ଏକ ମିନି ମାରାଥନ ବାହାରି  ପରମାନଦପୁର ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୁପସିଂ ରାଉତ ସୁନ୍ଦର ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User