ଭୋଇ ଗୁଡା ରୁ ନାରେଗଂ ଖୋଲା ରାସ୍ତାର ଦୂରାବସ୍ଥା.

Jul 03, 2025 - 20:59
0 83
ଭୋଇ ଗୁଡା ରୁ ନାରେଗଂ ଖୋଲା ରାସ୍ତାର ଦୂରାବସ୍ଥା.

କଳାହାଣ୍ଡି ଜିଲ୍ଲା ତା ୩/୦୭(ଷ୍ଟାରନିଳ ଓଡିଶା)ଭବାନୀପାଟଣା ବ୍ଲକ ଅନ୍ତର୍ଗତ ରିଷିଗାଁ ପଞ୍ଚାୟତ ର ଭୋଇ ଗୁଡା ରୁ ନାରେଗଂ ଖୋଲା ରାସ୍ତା ପ୍ରାୟ ଏକ କିଲୋମିଟର କାଦୁଅ ରେ ପଚ ପଚ ହୋଇ ଯାଇଛି.ଯାହାରି ଫଳରେ ଏହି ରାସ୍ତା ଦେଇ କେରେ କୋଡା, ଡଙ୍ଗରିଗୁଡ଼ା ଟିକରପଡା,ଗଛ ଖୋଲା, ଆମ୍ବ ଗାଁ ଆଦି ଗ୍ରାମର ଶହ ଶହ ଲୋକ ନିୟମିତ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି. ବର୍ଷା ପରେ ରାସ୍ତାର ଅବସ୍ତା ବେହାଲ. ଏହି ସବୁ ଗ୍ରାମର ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହିସବୁ ଗ୍ରାମଗୁଡିକରେ ଥିବା ସ୍କୁଲଗୁଡିକୁ ସହର ରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି.ଏହି ରାସ୍ତା କୁ ପ୍ରଧାନମନ୍ତ୍ରୀ ରାସ୍ତା କରିବା ପାଇଁ ଅନେକବାର ଦାବୀ ହୋଇଛି. ଏପରିକି ସମିତି ବୈଠକରେ ପ୍ରସ୍ତାବ ପାରିତ ହୋଇଛି. ତଥାପି ପ୍ରଧାନମନ୍ତ୍ରୀ ରାସ୍ତା ଘୋଷଣା ହୋଇ ପାରି ନାହିଁ ଏଥି ପ୍ରତି ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ ପାଇଁ ବିଡିଓ ଙ୍କ ଠାରେ ଦାବୀ ହେଉଅଛି l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User