ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭାରତ ମୁକ୍ତି ମୋର୍ଚ୍ଚା ତରଫରୁ ତହସିଲ ଦାର ଙ୍କୁ ଦାବିପତ୍ର ।
ଫିରିଙ୍ଗିଆ ,୧୪l୯ (ଷ୍ଟାର ନିୟୁଜ): ଭାରତ ମୁକ୍ତି ମୋର୍ଚ୍ଚା ତରଫରୁ ରାଜ୍ୟ ବ୍ୟାପି ଦାବି ପତ୍ର ଦେଇଥିବା ବେଳେ ଫିରିଙ୍ଗିଆ ବ୍ଲକ ମୁକ୍ତି ମୋର୍ଚ୍ଚା ତରଫରୁ ଦାବି ପତ୍ର ଦିଆ ଯାଇଛି । ଅନୁସୂଚିତ ଜାତି ,ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ଲୋକମାନଙ୍କର ସାମ୍ବିଧାନିକ ଅଧିକାର ଓ ସାମାଜିକ ସମସ୍ୟାକୁ ଆଖି ଆଗରେ ରଖି,ଭାରତ ମୁକ୍ତିମୋର୍ଚା ତରଫରୁ ୧୬ ଗୋଟି ଦାବିକୁ ନେଇ ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ଉଧେଶ୍ୟରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତହସିଲଦାରଙ୍କ ଜରିଆରେ ଦାବିପତ୍ର ଦିଯାଇଛି । ଆଦିବାସୀ ଏକତା ପରିଷଦର ଜିଲ୍ଲା ସଭାପତି ମା. ଭୋଦେବ କହଁର, ଅଲଇଣ୍ଡିଆ ସେଡ୍ୟୁଲକାଷ୍ଟ ଫେଡେରେସନର ଜିଲ୍ଲା ସଭାପତି ଅନାମ ଦିଗାଲ, ସଂଯୋଜକ ବିଶ୍ୱନାଥ ଦିଗାଲ, ବରିଷ୍ଠ ସଭ୍ୟବୃନ୍ଦ କେଶବ ଦିଗାଲ, ରଞ୍ଜନ କୁମାର ବେହେରା, ସରୋଜ ଦିଗାଲ, ଗୌତମ ଦିଗାଲ ଓ ସମସ୍ତ ଭାରତ ମୁକ୍ତି ମୋର୍ଚ୍ଚାର ସଦସ୍ୟ ଉପସ୍ଥିତ ଥିଲେ ।
What's Your Reaction?