କଳାହାଣ୍ଡି ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ଶିବିର ଉଦ୍ଘାଟିତ।

Sep 14, 2025 - 07:27
0 22
କଳାହାଣ୍ଡି ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ଶିବିର ଉଦ୍ଘାଟିତ।


କଳାହାଣ୍ଡି ତା.୧୩/୯(ଷ୍ଟାର ନିୟୁଜ ଓଡିଶା )ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଭବାନୀପାଟଣାରେ ଜାତୀୟ ସେବା ଯୋଜନା ତରଫରୁ ତିନି ଦିନିଆ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ଶିବିର ଉଦ୍ଘାଟିତ ହେଇଯାଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ଶିବିର ସେ ଅନେକ ସାମାଜିକ ସଚେତନତା ବିଷୟବସ୍ତୁ ନେଇ ଆଲୋଚନା କରାଯିବ। ଏହି ଯୋଜନା ଦ୍ୱାରା ଛାତ୍ର ଛାତ୍ରୀଙ୍କ ଦକ୍ଷତା ବିକାଶ ହେବ। ଏଥିରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଛନ୍ତି । ଭାରପ୍ରାପ୍ତ କୁଳପତି ଡ଼ ନିବେଦିତା ନାଥ ଙ୍କ ନେତୃତ୍ୱରେ ହେଇଥିବା ସଭାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ମିଶ୍ର, ସମ୍ମାନିତ ଅତିଥି ଭାବରେ କୁଳସଚିବ ଡ଼ ଗୁଣନିଧି ନାଏକ, ଉପ କୁଳସଚିବ ଡ଼ ଜୟଦେବ ସାହୁ ଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ମୁଖ୍ୟ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User