ମାଟ୍ରିକ ପରୀକ୍ଷା ରେ କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ଶ୍ରୀୟାଂଶି ସାହୁ ମ,ରାମପୁର ଅଞ୍ଚଳ ରେ ଖୁସି ରେ ମାହୋଲ ।

May 3, 2025 - 17:47
 0  33
ମାଟ୍ରିକ ପରୀକ୍ଷା ରେ କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ଶ୍ରୀୟାଂଶି ସାହୁ ମ,ରାମପୁର ଅଞ୍ଚଳ ରେ ଖୁସି ରେ ମାହୋଲ ।

ମ,ରାମପୁର,୩l୫ (ଷ୍ଟାରନିଉଜ ଓଡିଶା ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଶ୍ରୀୟାଂଶି ସାହୁ l ମାର୍କ:୫୮୨ ରଖି ଜିଲ୍ଲା ଟପ୍ପର ହେଇଛନ୍ତି । ସେ ମୁଖୀ ଗୁଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଅଧ୍ୟୟନ କରୁଥିଲେ । ମ,ରାମପୁର ର ଝିଅ ଶ୍ରୀୟାଂଶି ଙ୍କ ଏହି ସଫଳତା ପରେ ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଉଠିଛି । ସେ ଏହି ସଫଳତା ପାଇଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମୁଖିଗୁଡା ର ପ୍ରଧାନ ଆଚାର୍ଯ୍ୟ ଅଜୟ କୁମାର ପାଢ଼ୀ, ଗୁରୁଜୀ ଗୁରୂମା ଙ୍କୁ ପ୍ରଦାନ କରିଛନ୍ତି l ମ,ରାମପୁର ନିବାସୀ ଅଧ୍ୟାପକ ଶିଶିର କୁମାର ସାହୁ ଓ ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ସାହୁ ଙ୍କ ବଡ଼ ଝିଅ , ତଥା ସାମ୍ବାଦିକ ହେମନ୍ତ ସାହୁ ଙ୍କ ଝିଆରୀ ଶ୍ରୀୟାଂଶି ନିଜ ର ଅଧ୍ୟବସାୟ ବଳରେ ଏହି ସଫଳତା ପାଇଛି ଏବଂ ଏହାର ଶ୍ରେୟ ମୋର୍ ଗୁରୁଜନ ଙ୍କୁ ଅର୍ପଣ କରୁଛି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ll

What's Your Reaction?

like

dislike

love

funny

angry

sad

wow

SUJAYA EDITOR