ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ, ଜିଲ୍ଲାସ୍ତରୀୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା। ତିରଂଗା ଶୋଭାଯାତ୍ରା ରେ ଯୋଗଦାନ।

Aug 11, 2025 - 07:05
0 16
ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ, ଜିଲ୍ଲାସ୍ତରୀୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା। ତିରଂଗା ଶୋଭାଯାତ୍ରା ରେ ଯୋଗଦାନ।

ଭବାନୀପାଟଣା: ତା 10.8.2025(ଷ୍ଟାର ନିୟୁଜ ଓଡିଶା )ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ଅନୁଷ୍ଟିତ ବିଶାଳ ତିରଂଗା ବାଇକ୍ ଶୋଭାଯାତ୍ରା ରେ ଯୋଗଦେଇଥିଲେ। ଏହି ବାଇକ୍ ରାଲି ନକଟିଗୁଡା  ନିକଟସ୍ଥ ଭାରତରତ୍ନ ବାବା ସାହେବ ଡକ୍ଟର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଶୁଭାରମ୍ଭ କରାଯାଇଥିଲା, ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବାବାସାହେବ ଡକ୍ଟର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଏହି ତିରଂଗା ଯାତ୍ରା ର ଶୁଭାରମ୍ଭ କରିଥିଲେ ।ଏହି ବାଇକ୍ ରାଲି ଜେଲଖାନ ଛକ,ବସଷ୍ଟାଣ୍ଡ, ଘୋଡାଘାଟ ଛକ,ଦୟାନିଧି ଛକ,ମାଣିକେଶ୍ଵରୀ ଛକ,ମାଣିକେଶ୍ଵରୀ ମନ୍ଦିର ଦେଇ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ସର୍କିଟ ହାଉସ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। 
ଏହି ବାଇକ୍ ରାଲି ରେ ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବର କୋଣ୍ଡା,ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା,ଭାରତୀୟ ପ୍ରଶାସନିକ ସେବା, ପ୍ରବେଶନ ଅନିମେସ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସାମାଜ କଲ୍ଯାଣ ଅଧିକାରୀ ମାଜିବୁନ ନିଶା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ବିଜେପି ଜିଲ୍ଳା ସଭାପତି ଯୁଗଳ କିଶୋର ପୋଡ଼,କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି ଜୟଶଙ୍କର ନାୟକ  ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି, ବରିଷ୍ଟ ନାଗରିକ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା, ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇ, ଦେଶାତ୍ମବୋଧକ ସଙ୍ଗୀତ, ଦେଶଭକ୍ତି ର ସ୍ଲୋଗାନ ଦେଇ ହାତରେ ତିରଂଗା ପତାକା ଧରି ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରା ପରେ ଉପ ମୁଖ୍ୟମନ୍ତ୍ରୀ ଅଟlଙ୍ଗଗୁଡା ଗସ୍ତ କରି ସେଠାରେ ନବନିର୍ମାଣ ହୋଇଥିବା ସକ୍ଷମ ଅଙ୍ଗନବାଡି କେନ୍ଦ୍ର ର ଶୁଭ ଉଦଘାଟନ କରି ଜିଲ୍ଲାପରିଷଦ ସଭା ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ସରକାରଙ୍କର କାର୍ଯ୍ୟକରି ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସଫଳ ରୂପାୟନ ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବିଶେଷ କରି ସୁଭଦ୍ରା ଯୋଜନା ରେ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହୁଅନ୍ତି ସେ ଦିଗରେ ଯତ୍ନବାନ୍ ହୋଇ କାର୍ଯ୍ୟ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଶିକ୍ଷା,ସ୍ୱାସ୍ଥ୍ୟ, ସାମାଜିକ କଲ୍ୟାଣ, ଯୋଗାଣ,ଜଙ୍ଗଲ ଓ ପରିବେଶ, କୃଷି, ଜଳସେଚନ, ମିସନ୍ ଶକ୍ତି, କୃଷି,ପର୍ଯ୍ୟଟକ ଇତ୍ୟାଦି ବିଭାଗୀୟ କାର୍ଯ୍ୟକ୍ରମ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ, ଜିଲ୍ଲା ରେ ପର୍ଯ୍ୟଟନ ର ବିକାଶ କିପରି କରାଯିବ, ବିଶେଷ କରି ମହିଳା ମାନେ କିପରି ସାମାଜିକ ଓ ଆର୍ଥିକ ସ୍ତରରେ ସୁଦୃଢ଼ ଓ ସୁରକ୍ଷିତ ରହିବେ ସେ ଦିଗରେ ସମସ୍ତ ଙ୍କର ସହଯୋଗ ଓ ଦାୟିତ୍ଵ ଉପରେ ଉଲ୍ଲେଖ କରିଥିଲେ। ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ରେ ସମସ୍ତ ଙ୍କର ସହଯୋଗ ର ଆବଶ୍ୟକତା ରହିଥିବା କହିଥିଲେ। ଏହି ସମୀକ୍ଷା ବୈଠକରେ ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲାପାଳ ବଇତୁରା ଦୀପ, ଡି ଏଫ୍ ଓ ନର୍ଥ, ରାଜେଶ କୁମାର, ଡି ଏଫ୍ ଓ ସାଉଥ୍ କଲାଇ ବନାନ୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଉପ ଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମାନନୀୟl ଉପ ମୁଖ୍ୟମନ୍ତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ, ଉପଢ଼ୌକନ,ଶ୍ରୀ ଗଣେଶ ଙ୍କ ପ୍ରତିମୂର୍ତ୍ତି ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପାଢି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User