ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କୁ 6ଦଫା ଦାବିପତ୍ର ପ୍ରଦାନ ।

ନବରଙ୍ଗପୁର,୨୩l୬ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ 5ଟି ବିଦ୍ୟାଳୟ ରେ କାର୍ଯ୍ୟରତ ରାତ୍ର ଜଗୁଆଳି ଓ ଝାଡୁଦାର ମାନେ ଏକତ୍ରିତ ହୋଇ ଆଜି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦଙ୍କ ବାସ ଭବନରେ ପହଂଚି ତାଙ୍କୁ ଏକ ଛଅଦଫା ବିଶିଷ୍ଟ ଦାବୀପତ୍ର ପ୍ରଦାନ କରିଥିବା ସୂଚନା ମିଲିଛି |ଓଡିଶା ସରକାରଙ୍କ ପଞ୍ଚସଖା ଶିକ୍ଷା ଅଭିଯାନ ତରଫରୁ ପ୍ରତି 5ଟି ବିଦ୍ୟାଳୟ ମାନଙ୍କରେ ରାତ୍ର ଯୋଗୁଆଳି ଓ ଝାଡୁଦାର ମାନଙ୍କୁ ନିୟୋଜିତ କରା଼ଯାଇଥିଲା |ରାତ୍ର ଯୋଗୁଆଳି ଓ ଝାଡୁଦାର ମାନେ ନିଜ ନିଜ କାର୍ଯ୍ୟ ସୁଚାରୁରୂପେ ତୁଲେଇ ବିଦ୍ୟାଳୟ ପରିସରକୁ ସଫା ସୁତରା଼ ରଖିବା ସହିତ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ଫୁଲ ବଗିଚା, ଗଛଲତା ଓ ଘାସ ଗାଲିଚା ର ଠିକ ଯତ୍ନ ନେଉଛନ୍ତି ଓ ବିଦ୍ୟାଳୟ ଗୁଡିକୁ ଆକର୍ଷଣୀୟ କରିବାରେ ସେମାନଙ୍କ ମୁଖ୍ୟ ଭୂମିକା ରହିଛି |ତାଛଡା ବିଦ୍ୟାଳୟ ର ଅନ୍ୟାନ୍ୟ କାର୍ଯ୍ୟ ଗୁଡିକ ରେ ମଧ୍ୟ ସହଯୋଗ କରି ଆସୁଛନ୍ତି|ଏତେ ସବୁ କାର୍ଯ୍ୟ କରୁଥିବା ସ୍ୱତେ ସେମାନେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି |ସେ ସମସ୍ୟା ଗୁଡିକର ସମାଧାନ ପାଇଁ ଆଜି ଝରିଗାଁ, ଉମରକୋଟ ଓ ରାଇଘର ବ୍ଲକର 30ରୁ ଉର୍ଦ୍ଧ ରାତ୍ରି ଜଗୁଆଳି ଓ ଝାଡୁଦାର ଗଣଶିକ୍ଷା ମନ୍ତ୍ରୀଙ୍କ ଉମରକୋଟ ସ୍ଥିତ ବାସଭବନରେ ପହଂଚି ଏକ ଛଅଦଫା ବିଶିଷ୍ଟ ଦାବୀପତ୍ର ପ୍ରଦାନ କରିଛନ୍ତି |ଯେଉଁଥିରେ ନିୟମିତ ଦରମା ପ୍ରଦାନ କରିବା,ଦରମା ନିଜସ୍ୱ ପାସବହିକୁ ପଠେଇବା,ଜୀବନ ବୀମା ପ୍ରଦାନ କରିବା,ପାରିଶ୍ରମିକ ରାଶି ଦୁଇଗୁଣା କରିବା,ସ୍ଥାୟୀ ଚାକିରୀର ମାନ୍ୟତା ଦେବା ଓ ବକେୟା ରାଶି ପ୍ରଦାନ କରିବା ଆଦି ଉଲ୍ଲେଖ ରହିଛି |ଏହି ଦାବିପତ୍ର ପ୍ରଦାନ ସମୟରେ, ରମେଶ ଭତରା, ବଳରାମ ପୂଜାରୀ,ହେମନ୍ତ ପୂଜାରୀ, ଅରୁଣ ମାଝୀ, ଭୁବନ ସାନ୍ତା,ଦୁର୍ଯ୍ୟୋଧନ ଗୌଡ଼, ଭରତ ଗଣ୍ଡ, ବଳରାମ ପୂଜାରୀଙ୍କ ସମେତ ତିରିଶ ରୁ ଉର୍ଦ୍ଧ ବ୍ୟକ୍ତି ଉପସ୍ଥିତ ରହିଥିଲେ |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






