ମାଲଗାଁ ରେ ଘୁମୁରା ପ୍ରତିଯୋଗୀତା : ମାଳପଡା ବିଜୟୀ ।

Sep 07, 2025 - 03:44
0 58
ମାଲଗାଁ ରେ  ଘୁମୁରା ପ୍ରତିଯୋଗୀତା : ମାଳପଡା ବିଜୟୀ ।

ଚନ୍ଦାହାଣ୍ଡି,୭l୯(ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ମାଲଗାଁ ଠାରେ ସିଦ୍ଧି ବିନାୟକ ପୂଜା ସମିତି ପକ୍ଷରୁ ଆଜି ମହାସମାରୋହରେ ଘୁମୁରା ନାଚ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରମେଶଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରଙ୍ଗମଞ୍ଚ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଗ୍ରାମର ପୂଜକ ମନସେ ପୂଜାରୀ, କ୍ଷୀର ପୂଜାରୀ, ବ୍ଲକ୍ ଉପାଧ୍ୟକ୍ଷ ବାସୁଦେବ ଗୌଡ,ଜିଲ୍ଲା ପରିଷଦ ସଦସ୍ୟା କେତକୀମଲ୍ଲୀ ଗୌଡ଼, ସମିତି ସଭ୍ୟା କ୍ଷୀରମଣି ଗୌଡ଼, ବରିଷ୍ଠ ନେତା ଭରତ ବାଘ,ହର ପୂଜାରୀ, କୋକସରା ଜିଲ୍ଲାପରିଷଦ ସଭ୍ୟ ଶଙ୍କର ଜୁଏଡ,ମହମ୍ମଦ୍ ଆସଲାମ୍, ପ୍ରଦୀପ ଦାଶ, ପ୍ରଶାନ୍ତ ପାରୀ, ପର୍ଶୁରାମ ବାଘ, ଡମ୍ବରୁ ପାତ୍ର, ଯୁଗେଶ୍ଵର ନାଗ ପ୍ରମୁଖ ମଞ୍ଚାସୀନ ରହିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ଖ୍ୟାତି ସମ୍ପନ୍ନ ଘୁମୁରା ଅନୁଷ୍ଠାନର କଳାକାର ଯଥା କଦଳୀମୁଣ୍ଡା, ଆମଗୁଡ଼ା, ଘଣ୍ଟିଗୁଡ଼ା, ମାଲପଡା,ବାନେର, ନିଙ୍ଗୀଗୁଡ଼ା ଗାଁରୁ ଦଳ ମାନେ ଯୋଗଦେଇ ପ୍ରତିଯୋଗିତା ରେ ଭାଗ ନେଇଥିଲେ l ପ୍ରତିଯୋଗିତାରେ ସର୍ବମୋଟ୍ ଛଅ ଗୋଟି ଦଳ ଭାଗ ନେଇଥିବା ବେଳେ ମାଳପଡା ଘୁମୁରା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଘଣ୍ଟିଗୁଡ଼ା ଘୁମୁରା ଦଳ ଦ୍ଵିତୀୟ, କଦଳୀମୁଣ୍ଡା ଘୁମୁରା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ l ତେବେ ଆଜିର ବିଜେତା ଦଳକୁ ବାର ହଜାର ଟଙ୍କା ଓ ମାନପତ୍ର, ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ଦଶ ହଜାର ଟଙ୍କା ସହ ମାନପତ୍ର, ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ନ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ପ୍ରତ୍ୟେକ ଭାଗ ନେଇଥିବା ପ୍ରତିଯୋଗୀ ଙ୍କୁ ଶାନ୍ତ୍ୱନା ମୂଲକ ପୁରସ୍କାର ରାଶି ରୂପେ ସାତ ହଜାର ଟଙ୍କା ପ୍ରଦାନ କରାଯାଇ ଥିବା ସୂଚନା ମିଳିଛି l ଆଜିର ଏହି ପ୍ରତିଯୋଗିତା ରେ ବିଚାରକ ଭାବେ ବରିଷ୍ଠ କଳାକାର ପୀତାମ୍ବର ସୋରୀ, କଳାବିଶ୍ଲେଷକ ମହେଶ୍ଵର ଦାସ, ବରିଷ୍ଠ କଳାକାର ସାହୁ କାର୍ତ୍ତିକ ଚନ୍ଦ୍ର ସାହୁ, ବରିଷ୍ଠ କଳାକାର ସୁରେନ୍ଦ୍ର ଜୁଏଡ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାରେ ମୂଲ୍ୟାଙ୍କନ ପୂର୍ବକ ବିଚାରପତି ରୂପେ କାର୍ଯ୍ୟ ତୁଲାଇଥିଲେ l ଅନୁଷ୍ଠିତ ଆଜିର ଏହି ରଙ୍ଗମଞ୍ଚ କାର୍ଯ୍ୟକ୍ରମକୁ ଗଜେନ୍ଦ୍ର ଗୋପାଳ ପରିଚାଳନା କରିଥିବା ବେଳେ ସିଦ୍ଧି ବିନାୟକ ଗଣେଶ ପୂଜା ସମିତିର ସଭାପତି ଡିଙ୍ଗର ଘିଭେଲା, ତିଲକ ରାମ ନାୟକ, ଲୋଚନ ନାୟକ, ତରୁଣ କୁମାର ଗୌଡ଼,ଭାଗ୍ୟବନ୍ତ ଖରସେଲ, ଚୈତନ୍ୟ ଗୌଡ଼, ଓମ୍ ପ୍ରସାଦ ପାତ୍ର, ଡିଗ୍ଲେ ଗୌଡ଼, ଥବୀର ନାଗେଶ,ଲଳିତ ଖମାରୀ, ସଦାଶିବ ଖମାରୀ, ଖାମସିଂ ଖମାରୀ କେଶବ ନାୟକ, ସମେତ ଗାଁର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ l

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User