ମିଣିଆ ପଞ୍ଚାୟତ ରେ ଅନୁଷ୍ଠିତ ହେଲା ନିଶାମୁକ୍ତ ପଞ୍ଚାୟତ ଅଭିଯାନ ।

Sep 16, 2025 - 19:13
0 18
ମିଣିଆ ପଞ୍ଚାୟତ ରେ ଅନୁଷ୍ଠିତ ହେଲା ନିଶାମୁକ୍ତ ପଞ୍ଚାୟତ ଅଭିଯାନ  ।

ଫୁଲବାଣୀ, ୧୬|୯(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲାର ଗାଁ ଗାଁ ରେ ଚାଲିଛି ଅବାଧ ଦେଶୀ ଓ ବିଦେଶୀ ମଦ ବ୍ୟବସାୟ ବିଶେଷ କରି ଏହାର ପ୍ରଭାବ ସିଧାସଳଖ ଯୁବ ପିଢ଼ି ଙ୍କ ଉପରେ ପଡୁଥିବା ବେଳେ ଏହି ମଦ ପାଇଁ ଅନେକ ପରିବାର ସର୍ବସ୍ୱାନ୍ତ ହେବାକୁ ବସିଲେଣି ତେବେ ଏହି ଚୋରା ମଦ କାରବାର ଉପରେ ରୋକ ଲଗାଇବାରେ ଅବକାରୀ ବିଭାଗ ବିଫଳ ହୋଇଥିବା ବେଳେ ଏବେ ଗାଁଗାଁ ରେ ମହିଳାମାନେ ଏହି ମଦ କାରବାର କୁ ବନ୍ଦ କରିବା ପାଇଁ ଅଣ୍ଟା ଭିଡୁଛନ୍ତି I ତେବେ ଏହି ପରିପେକ୍ଷୀରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ବ୍ଲକ ମିଣିଆ ପଞ୍ଚାୟତ ରେ ମଧ୍ୟ ଆରମ୍ଭ ହୋଉଛି ମଦ ବିରୋଧୀ ଆନ୍ଦୋଳନ ନିଶା ମୁକ୍ତ ପଞ୍ଚାୟତ ଗଠନ କରିବା ଲକ୍ଷରେ ଶତାଧିକ ମହିଳା କରିଛନ୍ତି ଶୋଭାଯାତ୍ରା I

 ସ୍ଥାନୀୟ ସରପଞ୍ଚ ଗୌତମ ମଲିକ ଏବଂ ମିଣିଆ ପଞ୍ଚାୟତର ପାର୍ବତୀ ମହିଳା ମହାସଂଘର ସଭାପତି ଲଳିତା ପୋଢ଼ଙ୍କ ନେତୃତ୍ୱ ରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ର ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁରଙ୍କ ସମେତ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ ମିଣିଆ ପଞ୍ଚାୟତ ଅଧୀନରେ ଥିବା ୮୧ ଟି ସ୍ୱୟଂ ସହାୟକ ଗୋଷ୍ଠିର ଶତାଧିକ ମହିଳା। ଏହି ଶୋଭାଯାତ୍ରା ମିଣିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଗାଦଡି ଏବଂ ଶ୍ରାସାନାଣ୍ଡା ପର୍ଯ୍ୟନ୍ତ ଯାଇଥିଲା।ଶୋଭାଯାତ୍ରା ଶେଷରେ ମିଣିଆ ଜନଜାତି ହାଟ ପରିସରରେ ଏକ ବୈଠକ ଆୟୋଜିତ ହୋଇଥିଲା ଏଥିରେ ମିଣିଆ ସରପଞ୍ଚ ଗୌତମ ମଲିକ, ପୂର୍ବତନ ସରପଞ୍ଚ ମାଳତୀ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ଦିଗାଲଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଥିଲେ। ଏହି ଅବସରରେ ବରିଷ୍ଠ କଳାକାର ବିଶ୍ଵମ୍ବର ପ୍ରଧାନଙ୍କ ନେତୃତ୍ୱରେ କୀର୍ତ୍ତନ ମାଧ୍ୟମରେ ନିଶାନିବାରଣ ଉପରେ ସଚେତନ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User