ଯୁବ ଗୋଷ୍ଠି ଙ୍କୁ ଏଚ୍.ଆଇ.ଭି./ଏ.ଡ୍.ସ୍. ବିଷୟରେ ସଚେତନତା ପାଇଁ କର୍ମଶାଳା।
ଫୁଲବାଣୀ,୧୬l୯(ଷ୍ଟାର ନିୟୁଜ):ଜାତୀୟ ଏ.ଡ୍.ସ୍. ନିୟନ୍ତ୍ରଣ ଅନୁଷ୍ଠାନ ଙ୍କ ଆକଳନ ଅନୁଯାୟୀ ଏଚ୍.ଆଇ.ଭି. ସଂକ୍ରମିତ ହେଉଥିବା ଯୁବ ପିଢି ମାନଙ୍କୁ ସଚେତନତା କରିା ପାଇଁ ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମର ଆବଶ୍ୟକତା ଅଛି । ଏଥିନିମନ୍ତେ ଉଚ୍ଚ ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ଜରୁରୀ । ତେଣୁ ରାଜ୍ୟରେ ଜାରିଥିବା ସଚେତନତା ଅଭିଜାନରେ ସମସ୍ତ ବିଦ୍ୟାଳୟ ଓ ମୋହାବିଦ୍ୟାଳୟ ଗୁଡିକୁ ସାମିଲ କରାଯାଇଛି । ଏହି ପରିପ୍ରେକ୍ଷି ରେ ତା ୧୫.୦୯.୨୦୨୫ ରିଖ ଓଡିଶା ରାଜ୍ୟ ଏ.ଡ୍.ସ୍. ନିୟନ୍ତ୍ରଣ ସମିତି , ଭୂବନେଶ୍ୱର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ’,କନ୍ଧମାଳ ଙ୍କ ମିଳିତ ସହଯୋଗ ରେ ଫୁଲବାଣୀ ସ୍ଥିତ ପଲିଟେକ୍ନିକ୍ କଲେଜ୍ ଓ ଟିକାବଲି ଉଚ୍ଚବିଦ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଯେପରି ଅଧିକ ରୁ ଅଧିକ ଯୁବ ପିଢି ମାନଙ୍କ ପାଖରେ ସଚେତନତା ବାର୍ତା ପହଂଚାଯାଇ ପାରିବ ଏବଂ ଏଚ୍.ଆଇ.ଭି. ସଂକ୍ରମଣ କୁ ରୋକାଯାଇ ପାରିବ । ସଂପାଦକ ହରି ଶଙ୍କର ରାଉତ ଙ୍କ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ପରାମର୍ଶ ଦାତ୍ରୀ ସ୍ନେହଲତା ନାୟକ, ସୀତା ରଣ. ବିଷ୍ଣୁପ୍ରିୟା ପ୍ରଧାନ ଓ ଅଞନା ବେହେରା ଯୋଗଦେଇ ସଂକ୍ରମଣ ର ବିଭିନ୍ନ ମାଧ୍ୟମ ଏବଂ ତାର ସତର୍କତା ବିଷୟରେ ଜଣାଇବା ସହ ଯୈ÷ାନ ସଂକ୍ରମଣ ରୋଗର କାରଣ ଓ ନିରାକରଣ ଉପାୟ ଗୁଡିକୁ ବୁଝାଇଥିଲେ । ବିଶେଶ ପ୍ରଚାର ଅଭିଜାନ ର ଅଂଶସ୍ୱରୂପ ସଚେତନତା ବୈଠକ, ବିଭିନ୍ନ ଉଦାହରଣ ଏବଂ ଚିତ୍ର ପ୍ରଦର୍ଶନ ମାଧ୍ୟମରେ ଅଧିକ ପ୍ରଚାର ପ୍ରଶାର ପାଇଁ ଚେଷ୍ଟା କରାଯାଇଛି । ସେହିପରି ଫିରିଙ୍ଗିଆ ଠାରେ ଜଳିତା ମଲ୍ଲିକ ଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ରେ କାର୍ଯ୍ୟକ୍ରମ କୁ ସମସ୍ତ ଅପହଂଚ ଅଂଚଳରେ ପହଂଚାଇ ଅଧିକରୁ ଅଧିକ ଯୁବ ଗୋଷ୍ଠି ମାନଙ୍କୁ ସଚେତନତା ପାଇଁ ଲକ୍ଷ୍ୟ ରଖାଯାଇଥିବା କଥା ସୂଚନା ରୁ ଜଣାପଡିଛି ।
What's Your Reaction?