କଳିଙ୍ଗାଘାଟିରୁ ଖସିଲା ମାଟିଅତଡ଼ା ଗଞ୍ଜାମ କନ୍ଧମାଳ ଯୋଗାଯୋଗ ବିଚ୍ଛିର୍ଣ୍ଣ ।

Sep 16, 2025 - 20:04
Sep 16, 2025 - 21:16
 0  367
କଳିଙ୍ଗାଘାଟିରୁ ଖସିଲା ମାଟିଅତଡ଼ା ଗଞ୍ଜାମ କନ୍ଧମାଳ ଯୋଗାଯୋଗ ବିଚ୍ଛିର୍ଣ୍ଣ ।

ଫୁଲବାଣୀ, ୧୬l୯(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ବ୍ଳକର କଳିଙ୍ଗା ଘାଟିରେ ଆଜି ବଡ଼ଧରଣର ଭୂସ୍ଖଳନ ଦେଖିବାକୁ ମିଳିଛି। ଜାତୀୟ ରାଜପଥରେ ପ୍ରକୃତିର ଏହି ତାଣ୍ଡବ ଯୋଗୁଁ ଘାଟିର ଉଭୟ ପଟରେ ଶହଶହ ଯାନବାହନ ଅଟକି ରହିଛି। ଭୂସ୍ଖଳନ ଯୋଗୁଁ କନ୍ଧମାଳ-ଗଂଜାମ ସଂପୂର୍ଣ୍ଣ ଭାବେ ଉକ୍ତ ରାସ୍ତାରେ ବିଛିନ୍ନ ହୋଇ ଯାନବାହନ ଚଳାଚଳ ଅଟକି ଯାଇଛି। ପଥର ଓ ମାଟି ଅତଡ଼ା ଖସିବା ଫଳରେ ରାସ୍ତା ବନ୍ଦ ହୋଇଯିବା ଯୋଗୁଁ ଗଞ୍ଜମ ଜିଲ୍ଲାରୁ କନ୍ଧମାଳ ଯାତାୟତ ଠପ ହୋଇଯାଇଛି। ରାସ୍ତା କେତେବେଳେ ଖୋଲିବ କହିବା ଅସମ୍ଭବ । କାରଣ ଯେଉଁଭଳି ଭାବେ ବିପଦପୂର୍ଣ୍ଣ ଅବସ୍ଥାରେ ଏହି ରାସ୍ତା ରହିଛି, ଏଠାରେ ଆବର୍ଜନା କାଢ଼ିବା ବିପଦପୂର୍ଣ୍ଣ ରହିଥିବା ଏବଂ ସଂକୀର୍ଣ୍ଣ ରାସ୍ତା ପୁରା ମାଟି ଓ ପଥର ଭରି ହୋଇ ରହିଛି। ସୌଭାଗ୍ୟ ବଶତଃ କୌଣସି କ୍ଷୟ କ୍ଷତି ହୋଇନଥିବା ବେଳେ ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ୧୫୭ ନମ୍ବର ବିଜୟୱାଡ଼ା-ରାଞ୍ଚି ରାଜପଥରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଂଗପୁର ଲୋକେ ଯାତାୟତ କରିଥାନ୍ତି। ଏହି ରାସ୍ତା ଅବରୋଧ ହେବା ଦ୍ବାରା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଲୋକେ ପ୍ରଭାବିତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ପ୍ରାୟ ୩ଟାରେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଭୂସ୍ଖଳନ ଘଟିଛି। ଏଠାରେ ଦୀର୍ଘ ମାସ ହେଲା ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଏକ ଠିକା ସଂସ୍ଥା ରାସ୍ତା ଚଉଡ଼ା କାର‌୍ୟ୍ୟ ଜାରି ଥିଲା। ଏହି ସ୍ଥାନରେ ପ୍ରାୟ ୨୦ରୁ ୩୦ମିଟର ପର‌୍ୟ୍ୟନ୍ତ ରାସ୍ତାରେ ଭୂସ୍ଖଳନ ହେବା ଦୃଶ୍ୟ ଦେଖିବାକୁ ମିଳିଛି। ପାହାଡ଼ରୁ ବିରାଟ ପଥର ଓ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ବସ୍‌, ଟ୍ରକ୍ ଓ କାର ଅଟକି ରହିଛି। ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି। ପରିସ୍ଥିତିକୁ ଦେଖି ରିପୋର୍ଟ ଲେଖାହେବା ସୁଦ୍ଧା କନ୍ଧମାଳ ଜିଲାର କିଛି ବରି ଅଧିକାରୀ ସମତେ ଜି.ଉଦୟଗିରି ପୁଲିସ୍ ଓ ଏକାଧିକ ଅଗ୍ନିସମ ବାହିନି ଘଟଣା ସ୍ଥଳରେ ପହଁଚିଥିବାର ଦେଖାଯାଇଛି । ଉକ୍ତ ରାସ୍ତାରେ କେବେ ଗାଡ଼ି ଚାଲିବ ତାହା ବର୍ତମାନ କହିବା ସମ୍ଭବ ହୋଇନଥିବା ବେଳେ କନ୍ଧମାଳ ଜିଲାକୁ ସମସ୍ତ ପ୍ରକାର ଜରୁରୀ ସାମଗ୍ରୀ ହେଉ କିମ୍ବା ରୋଗୀ ସେବା ପାଇଁ ସବୁବେଳେ ଗଂଜାମ ଜିଲା ଉପରେ ନିର୍ଭର କରିଥାନ୍ତି ସମଗ୍ର ଜିଲାବାସୀ । ପ୍ରକାଶଯେ, ଗତ କିଛି ତଳେ ମଧ୍ୟ ଲଗାଣ ବର୍ଷା ଫଳରେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଅନ୍ଧାରକୋଟ ପୂର୍ବରୁ ଏକ ସ୍ଥାନରେ ଏକ ବିରାଟ ପଥର ଉପରୁ ଖସି ରାସ୍ତା ଉପରେ ପଡ଼ିଯାଇଥିଲା ।

What's Your Reaction?

like

dislike

love

funny

angry

sad

wow