ମେଦନୀପୁର ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ

Jun 07, 2025 - 09:59
Updated: 1 year ago
0 59

ତା. ୬l ୬l ( ଷ୍ଟାରନିୟୁଜ ଓଡିଶା) ତାରିଖ ୦୫l୦୬l ୨୦୨୫ ଗୁରୁବାର ଦିନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମେଦିନୀପୁର,ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ପରିବେଶ ଦିଵସ 2025 ଅନୁଷ୍ଠିତ ହୋଇଯାଇଛି |ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଦକ୍ଷୀଣ ବନଖଣ୍ଡ ଅଧିକାରୀ ଆ. କଲାଇ ବନାନ, ସମ୍ମାନୀତ ଅତିଥି ଭାବେ ଉତ୍ତର ବନଖଣ୍ଡ ଅଧିକାରୀ ରମେଶ କୁମାର ବିସ୍ନୋଇ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଭା. ପ୍ର ସେ ଅନିମେସ ପ୍ରଧାନ,ଡି.ଏଲ.ଏସ.ଏ. ସଚିବ ସ୍ନିଗ୍ଧା ପଣ୍ଡା, ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା  ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂହ ରାଉତ, ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପ୍ରଧାନ ଉପସ୍ଥିତ ଥିଲେ |ଏହି ଅବସରରେ ପରିବେଶ ସରଂକ୍ଷଣ ଓ ବୃକ୍ଷ ରୋପଣ ରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ଅଭୟ କୁମାର ଦେବତା, ପ୍ରଧାନ ଶିକ୍ଷକ ଜବାହାର ଉଚ୍ଚ ବିଦ୍ୟାପୀଠ ବାଲସି ଙ୍କୁ କେସିଙ୍ଗା ବ୍ଲକ ରୁ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ କରାଯାଇଅଛି | ଏହି ସୁସମ୍ବାଦ ଯୋଗୁଁ ବାଲସି ଅଞ୍ଚଳ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ତଥା ସମଗ୍ର ବ୍ଲକ ରେ ଖୁସି ଲହରି ଖେଳି ଯାଇଛି

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User