ଯାତ୍ରା ଉପଲକ୍ଷେ କିଏ ଭାଇବନ୍ଧୁ କିଏ କୁଟୁମ୍ବ ବହି ପୂଜା ।

Apr 26, 2025 - 07:51
0 289
ଯାତ୍ରା ଉପଲକ୍ଷେ କିଏ ଭାଇବନ୍ଧୁ କିଏ କୁଟୁମ୍ବ ବହି ପୂଜା ।

ଫିରିଙ୍ଗିଆ,୨୬l୪: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ ଶୁଣ୍ଢିଗାଁ ଠାରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ଜୟ ଜଗନ୍ନାଥ ସାଂସ୍କୃତିକ କଳା ପରିଷଦ ଗାନିଙ୍ଗାଣ୍ଡ, ଶୁଣ୍ଢିଗାଁ ଠାରେ ସାମାଜିକ ନାଟକ କିଏ ଭାଇବନ୍ଧୁ କିଏ କୁଟୁମ୍ବ କାହାଣୀ ର ନୂତନ ବହି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜୟ ଜଗନ୍ନାଥ ସାଂସ୍କୃତିକ କଳା ପରିଷଦ କମିଟି ସଭାପତି ଶ୍ରୀ ଏସିଆ କହଁର, ଉପସଭାପତି ଶ୍ରୀ ଯହନ ଦିଗାଲ, କୋଷାଧ୍ୟକ୍ଷ ଯାଦବ କହଁର, ମ୍ୟାନେଜର ଧନରଥ ବଗର୍ତ୍ତୀ, କମିଟି ସଦସ୍ୟ ତଥା ଶ୍ରେଷ୍ଠ ନାୟକ ଭୂମିକାରେ ଅଭିନୟ କରୁଥିବା ଚିତ୍ତରଞ୍ଜନ ଶାଣ୍ଡ, ପ୍ରଶ୍ନ କହଁର, ନାୟକ ଭାବରେ ଅଭିନୟ କରୁଥିବା ରାକେଶ ବଗର୍ତ୍ତୀ,ନଥିରାମ ଶାଣ୍ଡ,ସହ ସମସ୍ତ କଳାକାର ଉପସ୍ଥିତ ଥିଲେ । ଚନ୍ଦନ ଯାତ୍ରା ଉପଲକ୍ଷେ ୨୧ ତମ ଅବଦାନରେ ସାମାଜିକ ନାଟକ ଆସନ୍ତା ମେ ୧୩ ତାରିଖ ମଞ୍ଚସ୍ଥ ହେବାକୁ ଯାଉଛି ସୁପରହିଟ ସାମାଜିକ ନାଟକ କିଏ ଭାଇବନ୍ଧୁ କିଏ କୁଟୁମ୍ବ ମୁଖ୍ୟ ଆକର୍ଷଣ ଥିବାବେଳେ ଫିରିଙ୍ଗିଆ ବ୍ଲକ ଗୋଛାପଡା ଅଂଚଳର ଜଣାଶୁଣା ନାଟ୍ୟନିର୍ଦ୍ଧେଶକ ଶ୍ରୀଯୁକ୍ତ ଶିବ ପ୍ରସାଦ ନନ୍ଦ ଙ୍କୁ ଏହି ନାଟକ ର ନିର୍ଦ୍ଦେଶନା ଦାୟିତ୍ୱ ଦିଆଯାଇଛି ।

What's Your Reaction?

Like Like 4
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User