ଯାମଧୋଡା ମା ଠାକୁରାଣୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ।

Jun 11, 2025 - 21:31
0 160

ଝରିଗାଁ,୧୧l୬ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିତାବେଡା ପଂଚାୟତ ଅନ୍ତର୍ଗତ ଯାମଧୋଡା ଗ୍ରାମର ଖେଳ ପଡିଆରେ ଚଳିତ ମାସର 4ତାରିଖରେ ଉଦଘାଟିତ ହୋଇଥିବା ମା ଠାକୁରାଣୀ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି |ଆଜିର ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଚିତାବେଡା ସରପଞ୍ଚ ତୁଳାବତୀ ସାନ୍ତା, ଝରିଗାଁ ମଣ୍ଡଳ ସଭାପତି ସୁକାଳୁ ଗଣ୍ଡ, ଚଚା ମଣ୍ଡଳ ସଭାପତି ମହେଶ୍ୱର ତିୱାରୀ, ଚଚା ମଣ୍ଡଳ ସାଧାରଣ ସମ୍ପାଦକ ପ୍ରତାପ ଦୁରିଆ, ଫୁଫୁଗାଁ ସଭାପତି ରାମକୃଷ୍ଣ ସାନ୍ତା,ଝରିଗାଁ ପୂର୍ବତନ ମଣ୍ଡଳ ସଭାପତି ଗଣପତି ସାହୁ, ଆତ୍ମା ଚେୟାରମ୍ୟାନ ଚିତ୍ର ପ୍ରସାଦ ତିୱାରୀ,ବିଜେପି ବରିଷ୍ଠ କର୍ମୀ ପଞ୍ଚାନନ ବାବଲୀ, କ୍ରିକେଟ କମିଟି ସଭାପତି ପଦ୍ମନ ସାନ୍ତା ପ୍ରମୁଖ ମଞ୍ଚାସିନ ରହିଥିଲେ |ଗ୍ରାମବାସୀ ନିମନ୍ତ୍ରିତ ଅତିଥି ମାନଙ୍କୁ ବନ୍ଦାପନା କରିବା ସହ ପୁଷ୍ପମାଳ ଦେଇ ବାଜା ବଜେଇ ଖେଳ ପଡିଆକୁ ପାଛୋଟି ନେବା ପରେ ଅତିଥି ମାନଙ୍କୁ ମଞ୍ଚାସିନ କରେଇଥିଲେ |ଆଠ ଦିନ ଧରି ଚାଲିଥିବା ଏହି ଟୁର୍ନାମେଣ୍ଟରେ ଝରିଗାଁ ଡାବୁଗାଁ ଓ ଉମରକୋଟ ବ୍ଲକର ମୋଟ ଷୋହଳ ଗୋଟି ଦଳ ଭାଗ ନେଇଥିବା ବେଳେ ଆଜି ଶେଷ ଦିବସରେ ତେଲନଦୀ ପଂଚାୟତର ବିଷମ ପୁରିଆ ସାହି ଓ ରତାଖଣ୍ଡିଗୁଡା ପଂଚାୟତର ଦାବିରିଗୁଡା ମଧ୍ୟରେ ଫାଇନାଲ ଖେଲ ହୋଇଥିଲା |ବିଷମ ପୁରିଆ ସାହିର ଖେଳାଳିମାନେ ପ୍ରଥମେ ଟଚ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ ଓ ଆଠ ଓଭର ଖେଳି 118ରନ ସଂଗ୍ରହ କରିଥିଲେ |ପରେ ଦାବିରିଗୁଡା ଖେଳାଳି ମାନେ ଆଠ ଓଭରରେ ମାତ୍ର 88 ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ|ମୁଖ୍ୟ ଅତିଥି ନରସିଂହ ଭତରା ବିଜୟୀ ଦଳକୁ ଟ୍ରଫି ସହିତ ପନ୍ଦର ହଜାର ନଗଦ ରାଶି ପ୍ରଦାନ କରି ଭବିଷ୍ୟତରେ ଭଲ ଖେଳ ପ୍ରଦର୍ଶନ କରି ବ୍ଲକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଟୁର୍ନାମେଣ୍ଟ ଗୁଡିକରେ ଭାଗ ନେବା ପାଇଁ ଉପଦେଶ ଦେଇଥିବା ବେଳେ ଚିତାବେଡା ସରପଞ୍ଚ ଦାବିରିଗୁଡା ଦଳକୁ ଟ୍ରଫି ସହିତ ଏଗାର ହଜାର ନଗଦ ରାଶି ପ୍ରଦାନ କରି ପ୍ରଚେଷ୍ଟା ଜାରିରଖି ବ୍ଲକ ଓ ଜିଲ୍ଲା ସ୍ତରରେ ଖେଳିବାକୁ ପରାମର୍ଶ ଦେଇଥିଲେ |ତତ ସହିତ ଟୁର୍ନାମେଣ୍ଟର ଆୟୋଜକ କମିଟିଙ୍କୁ ଧନ୍ୟବାଦ ଜଣେଇବା ସହିତ ଖେଳ ପ୍ରତି ଏମିତି ଆଗ୍ରହ ଜାରି ରହୁ ବୋଲି ଉପଦେଶ ଦେଇଥିଲେ |ଯାମଧୋଡା ମା ଠାକୁରାଣୀ କ୍ରିକେଟ ଟୁର୍ନାମେଣ୍ଟ କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ତୁଲାରାମ ସାନ୍ତା,ସମ୍ପାଦକ ଚୈତୁ ସାନ୍ତା,ସହ ସମ୍ପାଦକ ବୁଦୁରାମ ସାନ୍ତାଙ୍କ ସମେତ ଦୈତାରୀ ସାନ୍ତା, ଧନିରାମ ସାନ୍ତା, ଜୟଦେବ ସାନ୍ତା,ଫୁଲସିଂ ସାନ୍ତା,ଲଛମନ ସାନ୍ତା, ବଳରାମ ସାନ୍ତା,ସୁବାସ ସାନ୍ତା, ପର୍ଶୁରାମ ସାନ୍ତା,ଧନ ସାନ୍ତା, ସଭା ସାନ୍ତା, ଡମ୍ବୁ ସାନ୍ତା,ବାସୁ ସାନ୍ତା,ରଘୁ ସାନ୍ତା, ଈଶ୍ୱର ସାନ୍ତା, ବୀଣା ହରିଜନ,ଧର୍ମଦାଶ, ସାନ୍ତା, ଜଗମୋହନ ସାନ୍ତା,କୁମ ସାନ୍ତା,ହରିଶ୍ଚନ୍ଦ୍ର ସାନ୍ତା, ବିଶ୍ୱନାଥ ସାନ୍ତା,ଧନସାଏ ସାନ୍ତା, ମକରନ୍ଦ ସାନ୍ତା,ଜଳ ସାନ୍ତା ପ୍ରମୁଖ ଗାଁ କମିଟିର ସଦସ୍ୟମାନେ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ରହି ଟୁର୍ନାମେଣ୍ଟର ସୂପରିଚାଳନା ରେ ସହଯୋଗ କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User