ରଜପର୍ବ ଉପଲକ୍ଷେ ଦିନିକିଆ ଭଲିବଲ ଟୁର୍ଣ୍ଣାମେଣ୍ଟ ।

Jun 17, 2025 - 20:07
0 26

ଖଜୁରୀପଡା,୧୭l୬(ଷ୍ଟାର ନିୟୁଜ) : ରଜପର୍ବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉତ୍ସବ ଉପଲକ୍ଷେ ରଜ ଦୋଳି ସାଙ୍ଗକୁ ବିଭିନ୍ନ ଖେଳ, କୁଇଜ୍ ପ୍ରତିଯୋଗିତା କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଅରାପାଜୁ ପଞ୍ଚାୟତ ପେନାବାଲି ଲୋକକଳା ଗ୍ରାମରେ ବୀରପ୍ରତାପ ଯୁବକ ସଂଘ ସହଯୋଗରେ ଭଲିବଲ କମିଟି ତରଫରୁ ଏକ ଦିନିକିଆ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଖଜୁରୀପଡା ବିଧାୟକ ସ୍ୱାସ୍ଥ୍ୟ ପ୍ରତିନିଧି ରାଈକିଶୋର ପ୍ରଧାନ ଉଦଘାଟନ କରିଥିବାବେଳେ ଯୁବନେତା ବିକ୍ରମସେନ ଦେହୁରୀ ଯୋଗଦେଇ ଥିଲେ । ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୬ଟି ଟିମ୍ ଭାଗନେଇ ଥିଲେ । ଫାଇନାଲ କୁ ସୁଡ୍ରୁକୁମ୍ପା ଓ ପେନାବାଲି ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚରେ ସୁଡ୍ରୁକୁମ୍ପା ଟିମ୍ କୁ ପରାସ୍ତ କରି ପେନାବାଲି ବିଜୟୀ ଲାଭ କରିଥିଲା। ଉଦ୍ ଯାପନି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଖଜୁରୀପଡା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ବିଜେପି ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରି ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User