ଝରିଗାଁ ବ୍ଲକରେ ବର୍ଷା ଉଭାନ, ଧାନ ତଳି ନଷ୍ଟ ଆଶଙ୍କା।

Jun 17, 2025 - 13:40
0 49

ଝରିଗାଁ,୧୭l୬(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ଜଳ ସେଚନ ସୁବିଧା ନଥିବା ବେଳେ ଏଠାକାର ଚାଷୀ ମାନେ ବର୍ଷା ଉପରେ ନିର୍ଭର କରି ଚାଷ କରିଥାନ୍ତି।ଚଳିତ ବର୍ଷ ବର୍ଷା ଆଗୁଆ ହେବା ଯୋଗୁଁ ସ୍ଥାନୀୟ ଚାଷୀ ମାନେ ଧାନ ରୁଆ କରିବା ପାଇଁ ଜମିରେ ତଳି ପକାଇ ଥିବା ବେଳେ କିଛି ଦିନ ହେଲା ଝରିଗାଁ ବ୍ଲକରେ ବର୍ଷା ଉଭାନ ହୋଇଯିବା ଯୋଗୁଁ ସ୍ଥାନୀୟ ଚାଷୀ ଧାନ ତଳି ନଷ୍ଟ ହେବାର ଆଶଙ୍କା କରିଛନ୍ତି।ଝରିଗାଁ ବ୍ଳକର କିଛି ଚାଷୀ ବର୍ଷା ହେବା ପରେ ଧାନ ରୁଆ କରିବା ପାଇଁ ସପ୍ତାହ ତଳେ ଜମିରେ ଧାନ ତଳି ପକାଇ ଥିଲେ।ବର୍ତ୍ତମାନ ଧାନ ତଳି ବାହାରି ଯାଇଥିବା ବେଳେ ଧାନ ତଳି ପକାଇବା ଦିନ ଠାରୁ କିଛି ସ୍ଥାନରେ ବର୍ଷା ହୋଇନାହିଁ।ଫଳରେ ଧାନ ତଳି ନଷ୍ଟ ହେବା ଆଶଙ୍କା କରୁଛନ୍ତି।ଜଳ ସେଚନ ସୁବିଧା ନଥିବା ଯୋଗୁଁ ଚାଷୀ ମାନେ ତଳି ଗୁଡିକୁ ସୁରକ୍ଷିତ ରଖିବା ପାଇଁ ଦୂରରେ ଥିବା ଜଳାଶୟରୁ ପାଣି ସଂଗ୍ରହ କରି ସକାଳୁ ଏବଂ ସନ୍ଧ୍ୟା ସମୟରେ ଭାରରେ ପାଣି ଆଣି ମଡାଉ ଥିବା ଦେଖିବାକୁ ମିଳିଛି।ସେହିପରି କିଛି ନିଜ ଖର୍ଚ୍ଚରେ ମୋଟର ଲଗାଇ ଧାନ ତଳିରେ ପାଣି ମଡାଉ ଛନ୍ତି।ବର୍ତ୍ତମାନ କୌଣସି ଚାଷୀଙ୍କ ଧାନ ତଳି ନଷ୍ଟ ହେବା ନେଇ ସୂଚନା ମିଳିନଥିବା ବେଳେ ଝରିଗାଁ ବ୍ଲକରେ ସପ୍ତାହ ମଧ୍ୟରେ ବର୍ଷା ନହେଲେ ଧାନ ତଳି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।ଏଠାରେ ପ୍ରକାଶ ଯେ ଚଳିତ ବର୍ଷ ଝରିଗାଁ ବ୍ଲକ କୃଷି ବିଭାଗ ପକ୍ଷରୁ ୮୩୬୧ ହେକ୍ଟର ଜମିରେ ଧାନ ଚାଷ,୭୪୩୬ ହେକ୍ଟର ଜମିରେ ମକା ଚାଷ ସହ ୧୧୪୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User