ରାଇକିଆ ନାଗରିକ ମଞ୍ଚ ପକ୍ଷରୁ ଓଡିଶା ଦିବସ ପାଳିତ ।

Apr 03, 2025 - 10:11
Updated: 1 year ago
0 243
ରାଇକିଆ ନାଗରିକ ମଞ୍ଚ ପକ୍ଷରୁ ଓଡିଶା ଦିବସ ପାଳିତ  ।

କନ୍ଧମାଳ,୩l୪ (ଷ୍ଟାର ନିୟୁଜ): ରାଇକିଆ ନାଗରିକ ମଞ୍ଚ ପକ୍ଷରୁ ରାଇକିଆ ନାଗରିକ ମଞ୍ଚ ଗୃହ ପରିସରରେ ପବିତ୍ର ୯୦ତମ ଓଡିଶା ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ବର୍ଣାଢ୍ୟ ଉତ୍ସବରେ ନାଗରିକ ମଞ୍ଚ ସଭାପତି ଶ୍ରୀ ଦୁର୍ଯ୍ୟୋଧନ ଲେଙ୍କା ସଭାପତିତ୍ବକରିଥିଲେ। ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ୧୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସତ୍ୟବାନ ପାତ୍ର,ମୁଖ୍ୟ ବକ୍ତା ଭାବେ ଜୀବନ ଜ୍ୟୋତି ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ର ବରିଷ୍ଠ ଅଧ୍ୟାପକ ବେନୁପାଣି ମହାପାତ୍ର, ଯୋଗ ଦେଇ ପବିତ୍ର ଉତ୍କଳ ଦିବସ ପାଳନର ତାତ୍ପର୍ଯ୍ୟ ଓ ପ୍ରତ୍ୟେକ ଓଡି଼ଆଙ୍କ ପାଇଁ ଏହା ଗର୍ବ ଓ ଗୈ।ରଵ ବୋଲି ଆଲୋକପାତ କରିଥିଲେ । ସ୍ବତନ୍ତ୍ର ଓଡିଶା ରାଜ୍ୟ ଗଠନ ପାଇଁ ଓଡିଶାର ବରପୁତ୍ର ଉତ୍କଳ ଗୈ।ରବ ମଧୁସୂଦନ ଦାସ ,ଉତ୍କଳ ମଣି ଗୋପବନ୍ଧୁ ଦାସ ,ମଣ୍ଡିତ ନିଳକଣ୍ଠ ଦାସ, ବ୍ୟାସକବି ଫକିରମୋହନ ସେନାପତି, ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି, ମହାରାଜ , ସ୍ବଭାବ କବି ଗଙ୍ଗାଧର ମେହେର, ଓ ଆହୁରି ଅନେକ ଓଡି଼ଆ ଜାତିର ବରପୁତ୍ର ମାନେ ଓଡି଼ଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରି ଏକ ନୂତନ ଓଡିଶା ଗଠନ କରିବାକୁ ପଦକ୍ଷେପ ଗ୍ରହଣ କରିଥିଲେ ।ଯାହା ଫଳରେ ଓଡିଶା ଭାରତର ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ୧୯୩୬ ମସିହା ଅପ୍ରେଲ ମାସ ୧ ତାରିଖ ଦିନ ଘୋଷିତ ହୋଇଥିଲା। ସେଥିପାଇଁ ପ୍ରତେକ ଓଡିଆ ନିଜକୁ ଗର୍ବ ଅନୁଭବ କରିବା ସହିତ ଓଡି଼ଆ ଭାଷାକୁ ରକ୍ଷା କରିବାକୁ ଆଗେଇ ଆସିବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଅଥିତି ଭାବେ ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା ଦଡୀଙ୍ଗିଆ ସମିତିସଭ୍ୟ ପ୍ରଦୀପ କୁମାର ପ୍ରଧାନ ଯୋଗ ଦେଇଥିଲେ, ଜୟାନନ୍ଦ ନାୟକ ତତ୍ତ୍ୱ୍ୟବଧାନରେ ସରକାରୀ ବାଳିକା ଉଚ୍ଚବିଦ୍ୟଳୟ ଛାତ୍ରୀ ମlନେରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ । ରାଇକିଆ ନାଗରିକ ମଞ୍ଚ ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ, ସମସ୍ତ କାର୍ଯ୍ୟକ୍ରମ କୁ ନାଗରିକ ମଞ୍ଚ ର ସାଧାରଣ ସମ୍ପାଦକ ମାନେଶ୍ଵର ଦିଗାଲ ପରିଚାଳନା କରିଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User