ରାଇଘର ରୁ ହାଇଦ୍ରାବାଦ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ ନାମକ ଯାତ୍ରୀବାହି ବସ

Jun 5, 2025 - 18:30
 0  11
ରାଇଘର ରୁ ହାଇଦ୍ରାବାଦ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ ନାମକ ଯାତ୍ରୀବାହି ବସ

ରାଇଘର: ୫l ୬ (ଷ୍ଟାରନିୟୁଜ ଓଡିଶା)ନବରଙ୍ଗପୁର ଜିଲ୍ଲା ଦୁର୍ଗମ ରାଇଘର ବ୍ଲକ  ରୁ  ପଡୋଶୀ ରାଜ୍ୟକୁ ଗଡିଲା ଭୋଲଭୋ ବସ ଏବଂ ଲୋକଙ୍କ ବହୁ ଦିନର ଆଶା ହେଲା ପୂରଣ, ରାଜ୍ୟ ସରକାର ଙ୍କ ଜଗନ୍ନାଥ ଏକ୍ସପ୍ରେସ ଭାବେ ଏହି ବସ ଉଭୟ ଆଡୁ ପ୍ରତିଦିନ ଯାତାୟାତ କରିବ, ଏହି ଅବସରରେ ରାଇଘର ବିଜେପି ପକ୍ଷରୁ ହନୁମାନ ମନ୍ଦିର ନିକଟରେ ଏହି ବସକୁ ପୂଜାକରି ଫିତା କାଟି ଶୁଭାରମ୍ଭ କରାଯାଇଥିଲା, ମନ୍ତ୍ରୀ ଙ୍କ ପ୍ରତିନିଧି ଶିବ ନାଥ ବାନାର୍ଜୀ ସହ ସାଂସଦ ଙ୍କ ପ୍ରତିନିଧି ପ୍ରୀତିସ୍ନିଗ୍ଧା ମହାପାତ୍ର ଙ୍କ ସମେତ ନବରଙ୍ଗପୁର ପରିବହନ ନିଗମର କର୍ମକର୍ତା ଉପସ୍ଥିତ ରହି ଏହି ବସକୁ ନାଲି ପତାକା ଦେଖେଇ ଶୁଭରମ୍ଭ କରିଥିଲେ, ବହୁତ ଦିନ ଧରି ଲୋକଙ୍କ ଆଶା ରହିଥିଲା ରାଇଘର ରୁ ସିଧାସଳଖ ହାଇଦ୍ରାବାଦ ଯିବାର ତାହା ଆଜି ସ୍ବପ୍ନ ପୂରଣ କଲେ ମୋହନ ସରକାର, ସ୍ଥାନୀୟ ମନ୍ତ୍ରୀ ତଥା ଓଡିଶାର ଗଣଶିକ୍ଷା ମନ୍ତ୍ରୀ ଓଡିଶା ସରକାରଙ୍କୁ ଦାବି କରିବା ପରେ କଥା ଦେଇ କଥା ରଖିଲେ ମୋହନ ସରକାର ଆଜି ପୂରଣ କଲେ ଦାବି, ଏହି ବସ ରାଇଘର ରୁ ଅପରାହ୍ନ ୪:୩0 ମିନିଟରୁ ବାହାରି ଉମରକୋଟ, ଡାବୁଗାଁ, ନବରଙ୍ଗପୁର, ବୋରିଗୁମ୍ମା, ଜୟପୁର, ମାଲକାନଗିରି, ମୋଟୁ,ଭଦ୍ରଚାଲାନ,ଖମ୍ମମ ଏବଂ ସୂର୍ଯ୍ୟପେଟ ଦେଇ ସକାଳ  ୫ ଟା ବେଳେ ପହଂଚିବ ଏହି ବସ, ହାଇଦ୍ରାବାଦ ରୁ ଅପରାହ୍ନ ୫:୩0 ମିନିଟ ରେ ବାହାରି ପରଦିନ ସକାଳ ୬ ଟାରେ ପହଞ୍ଚିବ ରାଇଘର ପ୍ରାୟ  ୧୩ ଘଣ୍ଟା ସମୟ ଧରି ଏହି ବସ ଯାତ୍ରୀଙ୍କ ବିଳାସପୂର୍ଣ୍ଣ ଯାତ୍ରା ଯୋଗେଇ ଦେବାର ବ୍ୟବସ୍ଥା ରହିଛି ବୋଲି ନବରଙ୍ଗପୁର ଜିଲ୍ଲା ପରିବହନ ମ୍ୟାନେଜର ସନ୍ତୋଷ ନାୟକ ପ୍ରକାଶ କରିଛନ୍ତି, ପୁରୁଷ ଯାତ୍ରୀ ଙ୍କ ପାଇଁ ଟିକଟ ମୂଲ୍ୟ ୧୬୫0 ଟଙ୍କା ଥିବାବେଳେ ମହିଳା ଯାତ୍ରୀ ଙ୍କ ପାଇଁ ଅଧା ଟିକଟ ମୂଲ୍ୟ ରହିଛି ୮୨୫ ଟଙ୍କା,ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି ଶିବନାଥ ବାନାର୍ଜୀ, ସାଂସଦ ଙ୍କ ପ୍ରତିନିଧି ପ୍ରୀତିସ୍ନିଗ୍ଧା ମହାପାତ୍ର, ଯୁବମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷ ସନ୍ତୋଷ ମହାପାତ୍ର, ରାଇଘର ମଣ୍ଡଳ ସଭାପତି ସୁଶାନ୍ତ ସାମନ୍ତରାୟ, ଗୋନା ମଣ୍ଡଳ ସଭାପତି ଜଗନ୍ନାଥ ନାୟକ, ଯୋଡିଙ୍ଗା ପୂର୍ବତମ ମଣ୍ଡଳ ସଭାପତି ଶରତ ଜେନା, ମନ୍ତ୍ରୀଙ୍କ ସହଯୋଗୀ ଶ୍ୟାମଲାଲ କଲାର, ଜିଲ୍ଲା ଭିଜିଲାନ୍ସ ସଦସ୍ୟ ବସନ୍ତ ଡଙ୍ଗରି, ଆଇନ ଯିବି ପୂର୍ଣ୍ଣଚନ୍ଦ୍ର ଗଣ୍ଡ,ରାଇଘର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଯୋଗୀ ପାଇକ, ଜିତୁ ଶ୍ରୀବାସ୍ତବ,ତିରୁ ପାତ୍ର, ଲଳିତ ମୋହନ ନାୟକ,ଅଜୁ ପଣ୍ଡା, ମଦନରାଜ ଗଣ୍ଡ, ଦୀପକ ବାରୋଇ,ଭାଗିରଥି ନାୟକ,, ଶିବା ଶ୍ରୀବାସ୍ତବ, ଗୋପାଳ ଶୁନାନି,ଯୋଗେନ୍ଦ୍ର ଶ୍ରୀବାସ୍ତବ,ପ୍ରତାପ ଗଣ୍ଡ, ଲବ କୁଳଦୀପ, ଭୀମ ନାହାକଙ୍କ ସମେତ ସମସ୍ତ ସ୍ଥାନୀୟ ଜଣସାଧାରଣ ଉପସ୍ଥିତ ଥିଲେ l 

ରାଇଘର ରୁ ମାନିନୀ ଚକ୍ରବର୍ତ୍ତୀ  ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow